୨୬ ବର୍ଷ ତଳର ରେକର୍ଡ ଭାଙ୍ଗିଲେ କୋହଲି । ପୂର୍ବତନ ପାକିସ୍ତାନ ଅଧିନାୟକ ମିଆଁଦାଦଙ୍କ ରେକର୍ଡ ଭାଙ୍ଗି ଶୀର୍ଷକୁ ଉଠିଲେ ବିରାଟ ।

610

ରେକର୍ଡ ଭାଙ୍ଗିଲେ ବିରାଟ କୋହଲି । ପୂର୍ବତନ ପାକିସ୍ତାନ ଅଧିନାୟକ ଜାଭେଦ ମିଆଁଦାଦଙ୍କ ରେକର୍ଡ ଭାଙ୍ଗିଲେ କ୍ୟାପଟେନ କୋହଲି । ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ମିଆଁଦାଦଙ୍କ ରେକର୍ଡ ଭାଙ୍ଗିଛନ୍ତି ବିରାଟ । ଦ୍ୱିତୀୟ ଦିନିକିଆରେ ବିରାଟ ୧୯ ରନ୍ ଛୁଇଁବା ମାତ୍ରେ ମିଆଁଦାଦଙ୍କ ରେକର୍ଡ ଭାଙ୍ଗିଛି । ଏହାସହ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆରେ ସର୍ବାଧିକ ରେକର୍ଡ ନିଜ ନାଁରେ କରିଛନ୍ତି ବିରାଟ । ଏହାସହ ଦୀର୍ଘ ୨୬ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି କୋହଲି ।

ଏହାପୂର୍ବରୁ ମିଆଁଦାଦ ୱେଷ୍ଟଇଣ୍ଡିଜ ବିପକ୍ଷରେ ୬୪ଟି ଇନିଂସରୁ ୧୯୩୦ ରନ୍ କରିଥିଲେ । ଯେଉଁଥିରେ ଗୋଟିଏ ଶତକ ସାମିଲ ରହିଛି । ଶେଷ ଥର ପାଇଁ ୧୯୯୩ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ମ୍ୟାଚ୍ ଖେଳିଥିଲେ ମିଆଁଦାଦ । ତେବେ ବିରାଟ କୋହଲି ମାତ୍ର ୩୪ଟି ଇନିଂସରୁ ୭୧.୫୧ ଆଭରେଜରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସର୍ବାଧିକ ସ୍କୋର କରିବାର ତାଜ୍ ପିନ୍ଧିଛନ୍ତି । ମୋଟ ୭ଟି ଶତକ ମାରିବା ସହ ୱେଷ୍ଟଇଣ୍ଡିଜ ବିପକ୍ଷରେ ସର୍ବାଧିକ ଶତକ ମାରିବାର ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି କୋହଲି ।

ଦିନିକିଆରେ କୋହଲି ଶ୍ରୀଲଙ୍କା ବିପକ୍ଷରେ ସବୁଠୁ ଅଧିକ ସ୍କୋର କରିଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ୪୬ଟି ଇନିଂସରୁ ୨୨୨୦ ରନ୍ କରିଛନ୍ତି ବିରାଟ । ସେହିଭଳି ଅଷ୍ଟ୍ରେଲିଆ ବିପକ୍ଷରେ ୩୫ଟି ଇିନଂସରୁ ୮ଟି ଶତକ ସହ ୧୭୨୭ ରନ୍ ହାସଲ କରିଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ।