ପ୍ରେମ ପାଇଁ ମହାଭାରତ । ପ୍ରେମିକଙ୍କୁ ଉଠାଇନେଇ ନିସ୍ତୁକ ଛେଚିଲେ ପ୍ରେମିକାଙ୍କ ଭାଇ

180

କନକ ବ୍ୟୁରୋ : ପ୍ରେମ ପାଇଁ ମହାଭାରତ । ପ୍ରେମିକଙ୍କୁ ଉଠାଇନେଲେ ପ୍ରେମିକାଙ୍କ ଭାଇ । ଏପରିକି ଯୁବକ ଜଣଙ୍କୁ ଉଠାଇ ନେଇ ଦୁର୍ବୃତ ମାନେ ନିସ୍ତୁକ ପିଟିଥିବା ଜଣାପଡ଼ିଛି । ସୂଚନା ମୁତାବିକ ଚିକିଟି ବ୍ଳକ ଲକ୍ଷ୍ମୀପୁର ଛକର ଜିତେନ୍ଦ୍ର ପ୍ରଧାନଙ୍କୁ ଗତକାଲି ରାତିରେ ୫ଜଣ ଯୁବକ ମାରୁତି-୮୦୦ କାରରେ ବଳ ପୂର୍ବକ ଗାଁ ରାସ୍ତାରୁ ଉଠାଇ ନେଇଯାଇଥିଲେ । ଏହା ଦେଖି କିଛି ଯୁବକ ବାଇକରେ ପିଛା କରିବା ସହ ପୋଲିସକୁ ଖବର ଦେଇଥିଲେ । ଫିଲ୍ମ ଷ୍ଟାଇଲରେ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଦୁର୍ବୃତ ମାନଙ୍କ କବଳରୁ ଯୁବକଙ୍କୁ ଉଦ୍ଧାର କରିଛି ପୋଲିସ । ଦୂବୃର୍ତ ମାନେ ଜିତେନ୍ଦ୍ରଙ୍କୁ ବ୍ରହ୍ମପୁର ଚିକିଟି-ଟାମନା ରାସ୍ତାର କୌଣସି ଏକ ନିର୍ଜନ ସ୍ଥାନରେ ପ୍ରବଳ ପିଟିଥିବା ଅଭିଯୋଗ ହୋଇଛି । ପରେ ତାକୁ ଲକ୍ଷ୍ମୀପୁରେ ଛାଡ଼ିବାକୁ ଆସୁଥିବା ବେଳେ ଚିକିଟି ରାସ୍ତାରେ ପୋଲିସ ବ୍ଳକିଂ କରି ଜଗିଥିଲା ।
ପୋଲିସ ଗାଡ଼ିକୁ ଦେଖି ସ୍ପିଡରେ କାର ଚଳାଇ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ କାରକୁ ଅଟକାଇବାକୁ ଚେଷ୍ଟା କରୁଥିବା କେ. ନୂଆଗାଁ ଥାନା ଏଏସଆଇଙ୍କୁ ଗାଡ଼ି ଚଢ଼ାଇଦେଇଥିଲେ ଦୁର୍ବୃତ । ଏଥିରେ ପୋଲିସ ଏଏସଆଇ ଆହତ ହୋଇଛନ୍ତି । ପରେ ପୋଲିସ ଗୋଡ଼ାଇ ଗୋଡ଼ାଇ ଧରିଥିବା ବେଳେ ୫ଜଣଙ୍କୁ କାବୁ କରିଛି ପୋଲିସ । ୫ଜଣ ଅଭିଯୁକ୍ତ ମାନେ ଚିକିଟି ବ୍ଳକ ଲାଲମେଂଟା ଅଂଚଳର ବୋଲି ଜଣାପଡ଼ିଛି । ଅପହୃତ ଯୁବକ ଜଣକ ଏମାନଙ୍କ ମଧ୍ୟରୁ ଜଣେ ଯୁବକଙ୍କ ଭଉଣୀଙ୍କୁ ପ୍ରେମ କରିବା ଘଟଣାକୁ ନଇ ପାଟିତୁଣ୍ଡ ଓ ଗଣ୍ଡଗୋଳ ହୋଇଥିଲା । ଜିତେନ୍ଦ୍ରଙ୍କୁ ପାନେ ଦେବାପାଇଁ ଏଭଳି ଅପହରଣ କରିଥିବା ଜଣାପଡ଼ିଛି ।