ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ପାଗରେ ଆସିଛି ପରିବର୍ତନ । କୋରାପୁଟର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା

129

କନକ ବ୍ୟୁରୋ : ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ପାଗରେ ଆସିଛି ପରିବର୍ତନ । ବହୁଦିନର ବ୍ୟବଧାନ ପରେ ବର୍ଷା ହୋଇଛି । ପାଖାପାଖି ଦୁଇ ମାସ ପରେ ହୋଇଛି ବର୍ଷା । ଲୋକଙ୍କୁ ଖରା ପ୍ରକୋପରୁ ଟିକିଏ ଆଶ୍ୱସ୍ତୀ ମିଳିଛି । କୋରାପୁଟର ବିଭିନ୍ନ ଅଞ୍ଚଳରେ ପ୍ରଚୁର କୁଆପଥର ବର୍ଷା ହୋଇଛି । ପାଗ କୋହଲା ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି ।
ତେବେ ବର୍ଷା ଠାରୁ ଅଧିକ ମାତ୍ରାରେ କୁଆ ପଥର ପଡ଼ିଛି । ୧୮ ତାରିଖରେ ବର୍ଷାର ବିସ୍ତୃତି ବଢ଼ିବା ସହ କୂଆପଥର ବର୍ଷାର ସମ୍ଭାବନା ରହିଛି । କେନ୍ଦୁଝର, ଯାଜପୁର, ଢ଼େଙ୍କାନାଳ, କଟକ, କୋରାପୁଟ ଏବଂ ମାଲକାଗିରି ଜିଲ୍ଲା ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।