ବଲିଉଡ଼ରେ ଶୋକର ଛାୟା ! ଅଭିନେତା, ଲେଖକ ତଥା ନିର୍ଦ୍ଦେଶକ ନୀରଜ ଭୋରାଙ୍କ ନିଧନ

43

ବଲିଉଡ଼ରେ ଶୋକର ଛାୟା । ବଲିଉଡର ଲୋକପ୍ରିୟ ଅଭିନେତା-ଲେଖକ-ନିର୍ଦ୍ଦେଶକ ନୀରଜ ଭୋରା ଆଉ ନାହାନ୍ତି । ଆଜି ଭୋର ୪ଟା ସମୟରେ ମୁମ୍ବାଇର କ୍ରିଟି କେଆର୍ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ନୀରଜ ଭୋରା ମନ୍, ହୋଲି, ବୀରାସତ୍, ରଙ୍ଗୀଲା ଏବଂ ଦୌଡ୍ ସମେତ ବହୁ ହିନ୍ଦୀ ସିନେମାରେ ହାସ୍ୟାଭିନେତା ଭାବେ ନଜର ଆସିଥିଲେ । ସେ ଅକ୍ଷୟ କୁମାର ମହିମା ଚୌଧୁରୀ ଅଭିନୀତ ‘ଖିଲାଡି-୪୨୦’ରୁ ବଲିଉଡରେ ନିର୍ଦ୍ଦେଶକ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ । ଏହାପରେ ସେ ପ୍ରଖ୍ୟାତ ନିର୍ମାତା ଫିରୋଜ ନାଡିଆଡୱାଲାଙ୍କ ପ୍ରଯୋଜିତ ‘ଫିର୍ ହେରାଫେରି’ କରିଥିଲେ । ଏହାପରେ ନୀରଜ ରନ୍, ,ସର୍ଟକଟ୍,ଫ୍ୟାମିଲିଓ୍ଵାଲା ଆଦି ସିନେମାର ନିର୍ଦ୍ଦେଶନା ଦେଇଥିଲେ ।

ସେ ବଲିଉଡରେ ଜଣେ ଲେଖକ ଭାବେ ବି ବେଶ ପ୍ରତିଷ୍ଠା ଅର୍ଜନ କରିଥିଲେ । ତାଙ୍କର ରଚିତ ସିନେମା ହେଲା ରଙ୍ଗୀଲା,ଜୋଶ୍, ବାଦଶାହ, ଚୋରି ଚୋରି ଚୁପକେ ଚୁପକେ,ଅକେଲେ ହମ୍ ଅକେଲେ ତୁମ୍,ଆଓ୍ଵାରା ପାଗଲ ଦିଓ୍ଵାନା,ହେରାଫେରି, ଫିର୍ ହେରାଫେରି,ଗୋଲମାଲ୍ ଆଦି । ନୀରଜ ଭୋରା ଜଣେ ସଙ୍ଗୀତ ନିର୍ଦ୍ଦେଶକ ମଧ୍ୟ । ତାଙ୍କର ଅନ୍ତ୍ୟେଷ୍ଟି ଆଜି ୪ଟା ବେଳେ ସାନ୍ତାକ୍ରୁଜ ଶ୍ମଶାନରେ କରାଯିବାର ଯୋଜନା ରହିଛି ।