ସଙ୍କଟରେ ପାରଳା ରାଜା ଗୋପୀନାଥ ଗଜପତିଙ୍କ ସ୍ୱାସ୍ଥ୍ୟାବସ୍ଥା ! ଛାତିରେ ଯନ୍ତ୍ରଣା ଯୋଗୁଁ ଘରୋଇ ହସ୍ପିଟାଲରେ ଭେଂଟିଲେଟରରେ ଚିକିତ୍ସା ଜାରି

43

କନକ ବ୍ୟୁରୋ : ଗୁରୁତର ହୋଇପଡିଛନ୍ତି ପାରଳା ମହାରାଜ ଗୋପୀନାଥ ଗଜପତି ନାରାୟଣ ଦେବ । ବର୍ତମାନ ସେ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ଏମିତିକି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପର୍ଣ୍ଣ ଥିବା ଯୋଗୁଁ ତାଙ୍କୁ ଭେଂଟିଲେଟରରେ ରଖାଯାଇଥିବା ଜଣା ପଡିଛି । ଆଜି ମେଡିକାଲରେ ପହଁଚି ବିଜେପି ବିଧାୟକ ଦଳ ନେତା ତଥା ପାଟଣାଗଡ ରାଜା କନକବର୍ଦ୍ଧନ ସିଂଦେଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ।

ଗତବର୍ଷ ପାରଳା ମହାରାଜ ଗୋପୀନାଥ ଗଜପତି ଅସୁସ୍ଥ ହେବା ପରେ ତାଙ୍କୁ ଚେନ୍ନାଇ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଗତ ଜାନୁୟାରୀ ମାସରେ ତାଙ୍କୁ ଓଡିଶା ଆପୋଲୋ ହସ୍ପିଟାଲକୁ ଅଣାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ପାରଳା ମହାରାଜାଙ୍କ କଫ କାରଣରୁ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଭେଂଟିଲେଟରରେ ରଖାଯାଇଛି । ୨୦୧୫ରେ ପାରଳା ମହାରାଜା ଗୋପୀନାଥ ଗଜପତିଙ୍କୁ ନଜରବନ୍ଦୀ ରଖାଯାଇଥିବା ଗୁଜବ ହୋଇଥିଲା । ଏହାପରେ ପାରଳା ମହାରାଜାଙ୍କ ମ୍ୟାନେଜର ଅନଙ୍ଗମଞ୍ଜରୀ ଓ ତାଙ୍କ ପରିବାର ଆତ୍ମହତ୍ୟା କରିଥିଲେ ।