ବଲାଙ୍ଗିର: ବିଦ୍ୟୁତ ତାର ଲାଗି ୩ ମୃତ ଓ ୨ ଗୁରୁତର

42

କନକ ବ୍ୟୁରୋ: ବଲାଙ୍ଗିରରେ ଅଘଟଣ । ବିଦ୍ୟୁତ ତାର ଛିଡି ପଡିବାରୁ ଲିଭିଗଲା ୩ ମହିଳାଙ୍କ ଜୀବନ ଦୀପ । ପେଟ ପାଇଁ ଜମିରେ କାମ କରୁଥିବା ବେଳେ ହଠାତ ଛିଡି ପଡିଲା ୧୧ କେଭି ବିଦ୍ୟୁତ ତାର । ଏଭଳି ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଗଣ୍ଡପାଲି ଗାଁରେ । ୫ ଜଣ ମହିଳା ଜମିରେ କାମ କରୁଥିବା ବେଳେ ତାରଟି ଛିଡି ପଡିଥିଲା ।

ଫଳରେ ବିଦ୍ୟୁତ ଆଘାତରେ ଆସି ଘଟଣାସ୍ଥଳରେ ୩ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ମହିଳାଙ୍କୁ ପ୍ରଥମେ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ସେମାନଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –