ଜାଗମରା ବିଦେଶୀ ମଦ ଦୋକାନକୁ ବନ୍ଦ କଲା ବିଏମସି । ସ୍ୱଚ୍ଛତା ଅବଲମ୍ବନ କରୁନଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ।

81

କନକ ବ୍ୟୁରୋ: ଜାଗମରା ବିଦେଶୀ ମଦ ଦୋକାନକୁ ବନ୍ଦ କଲା ବିଏମସି । ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜାଗମରା ସ୍ଥିତ ବିଦେଶୀ ମଦ ଦୋକାନକୁ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୁପକ୍ଷ ବନ୍ଦ କରିଦେଇଛନ୍ତି । ତେବେ ସ୍ୱଚ୍ଛତା ଅବଲମ୍ବନ କରୁନଥିବା ଅଭିଯୋଗ ହେତୁ ବିଏମସି କମିଶନର ଏହି ମଦ ଦୋକାନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ମଦ ଦୋକାନକୁ ବନ୍ଦ କରିଦିଆଯାଇଛି ।

ପୂର୍ବାହ୍ନରେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଜାଗମରା ଅଞ୍ଚଳ ପରିଦର୍ଶନ କରିଥିଲେ । ଏଙି ସମୟରେ ରାସ୍ତା ଉପରେ ବହୁ ପରିମାଣର ମଦ କାଚ ଓ ଖୋଳ ପଡିଥିବା ବିଏମସି ଟିମ୍ ଦେଖିବାକୁ ପାଇଥିଲେ । ଏହାପରେ ଜୋନାଲ ଡେପୁଟି କମିଶନର ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ତେବେ ଅନେକ ସମୟରେ ରାସ୍ତା ଅବରୋଧ କରୁଥିବା ବ୍ୟବସାୟୀଙ୍କ ଉପରେ ବିଏମସି ଜରିମାନା ଲଗାଇଥାଏ । ତେବେ ଆଜି ବିଦେଶୀ ମଦ ଦୋକାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ଏହାକୁ ବନ୍ଦ କରଦିଆଯାଇଛି । ତେବେ ରାସ୍ତା କଡରେ ଗୃହ ନିର୍ମାଣ ପାଇଁ ଗୋଡି ଓ ବାଲି ରଖାଯାଇଥିବା ଅଭିଯୋଗରେ ଗୃହ ମାଲିକଙ୍କୁ ଏକ ଲକ୍ଷ ଟଙ୍କା ଜରିମାନା ହୋଇଛି । ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଏମସି ନିର୍ଦ୍ଦେଶ ଦେଇଛି ।