ନୂଆ ଲୁକରେ ବିଗ୍ ବି । ମୋଟା ଚଷମାକୁ ଲମ୍ବା ଦାଢି, ଫଟୋ ଦେଖି ମଧ୍ୟ ଚିହ୍ନି ପାରୁନାହାନ୍ତି ଫ୍ୟାନ୍ ।

224

ନୂଆ ଲୁକରେ ବିଗ୍ ବି ଅମିତାଭ ବଚ୍ଚନ । ଆଗାମୀ ଫିଲ୍ମ ପାଇଁ ଯେଉଁ ଲୁକରେ ଅମିତାଭ ନଜର ଆସିଛନ୍ତି ସେଥିରେ ତାଙ୍କୁ ଚିହ୍ନିବା ମଧ୍ୟ କଷ୍ଟକର । ଅମିତାଭଙ୍କ ନୂଆ ଲୁକ୍ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ପ୍ରଂଶସକ ମଧ୍ୟ ଚିହ୍ନିପାରିନଥିଲେ । ଅମିତାଭ ଏବେ ନିଜର ଆଗାମୀ ଫିଲ୍ମ ବ୍ରହ୍ମାସ୍ତ୍ର ଓ ଗୁଲାବୋ-ସିତାବୋର ସୁଟିଂରେ ବ୍ୟସ୍ତ ରହିଛନ୍ତି । ଗୁଲାବୋ-ସିତାବୋରେ ଅମିତାଭ ଓ ଆୟୁଷ୍ମାନ ଖୁରାନା ମୁଖ୍ୟ ଭୂମିକାରେ ନଜର ଆସିବେ । ଆଉ ଏହାପୂର୍ବରୁ ଅମିତାଭଙ୍କ ନୂଆ ଲୁକ୍ ଭାଇରାଲ ହୋଇଛି । ଆଉ ଏଭଳି ଲୁକ୍ ଦର୍ଶାଉଛି ଯେ ଫିଲ୍ମରେ ଅମିତାଭଙ୍କ ଦମଦାର ରୋଲ ରହିଛି ।

ଗୁଲାବୋ-ସିତାବୋ ଫିଲ୍ମରେ ଅମିତାଭଙ୍କ ଏହି ଲୁକ୍ ଅନ୍ୟ ଫିଲ୍ମ ଠାରୁ ସମ୍ପୂଣ୍ଣ ଭିନ୍ନ ରହିଛି । ଏହାପୂର୍ବରୁ ଅନ୍ୟ କୌଣସି ଫିଲ୍ମରେ ଅମିତାଭଙ୍କୁ ଏଭଳି ଲୁକରେ ଦେଖିବାକୁ ମିଳିନଥିଲା । ଏହି ଫିଲ୍ମରେ ଅମିତାଭଙ୍କ ବଡ ନାକ ରହିଥିବା ବେଳେ ମୋଟା ଚଷମା ପିନ୍ଧିଛନ୍ତି । ଏହାଛଡା ମୁଣ୍ଡରେ ଟୋପି ଓ ମୁହଁରେ ଦାଢି ଥିବାର ଦେଖିବାକୁ ମିଳିଛି । ଏପରିକି ଫିଲ୍ମରେ ଅମିତାଭଙ୍କ ହାବଭାବ ମଧ୍ୟ ସମ୍ପୂର୍ଣ୍ଣ ଅଲଗା ରହିଛି ।

ଗୁଲାବୋ-ସିତାବୋ ଫିଲ୍ମକୁ ସୁଜିତ ସରକାର ନିର୍ଦ୍ଦେଶନା ଦେଉଛନ୍ତି । ସୁଜିତ ପୂର୍ବରୁ ପିକୁ ଓ ବିକି ଡୋନର ଭଳି ସୁପରହିଟ୍ ଫିଲ୍ମର ନିର୍ଦ୍ଦେଶନା ଦେଇସାରିଛନ୍ତି । ଏହି ଫିଲ୍ମଟି ୨୦୨୦ରେ ରିଲିଜ ହେବ । ଫିଲ୍ମର ନିର୍ଦ୍ଦେଶକ ସୁଜିତ କହିଛନ୍ତି, ପୂର୍ବରୁ ଏହି ଦୁଇ ଷ୍ଟାରଙ୍କ ସହ କାମ କରି ସଫଳତା ପାଇଛି । ତେଣୁ ଦୁଇ ଜଣଙ୍କୁ ଏକାଠି ଗୋଟିଏ ଫିଲ୍ମରେ ସୁଯୋଗ ଦେବାକୁ ଭାବିଥିଲି । ଯାହାକୁ ଗୁଲାବୋ-ସିତାବୋ ଫିଲ୍ମରେ ପୂରା କରିପାରିଛି ।