ବଦଳିବ ଭୁବନେଶ୍ୱର ଏମ୍ସର ନାଁ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରସ୍ତାବ ମାଗିବା ପରେ ରାଜିନୈତିକ ବୟାନବାଜି

218

କନକ ବ୍ୟୁରୋ: ନୂଆ ପରିଚୟ ପାଇବ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ ବା ଏମ୍ସ । ଦେଶର ବିଭିନ୍ନ ରାଜ୍ୟରେ ଥିବା ୨୩ଟି ଏମ୍ସର ନୂଆ ନାଁ ଦିଆଯିବ । ସବୁ ଏମ୍ସକୁ ନାମକରଣ ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରସ୍ତାବ ମାଗିବା ପରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି ।

କେମିତି ହେବ ନାମକରଣ?
ସ୍ୱାଧୀନତା ସଂଗ୍ରାମୀ, ଐତିହାସିକ ଘଟଣା, ସ୍ଥାନୀୟ ଜନନାୟକ ଏବଂ ଭୌଗଳିକ ପରିଚୟ ଏହି ଆଧାରରେ ନାମକରଣ ପାଇଁ ପ୍ରସ୍ତାବ ଦିଆଯାଇଛି ।
ପ୍ରସ୍ତାବ ସହିତ ନାମକରଣର କାରଣ ଓ ଏହାର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ହେବ
ପରବର୍ତ୍ତୀ ସମୟରେ ନାମକୁ ନେଇ ଯେଭଳି ବିବାଦ ଉପୁଜିବ ନାହିଁ ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।
ନାମକରଣକୁ ନେଇ ଆରମ୍ଭ ହେଲା ରାଜନୀତି
ଚାଲିଲା ରାଜନୈତିକ ବୟାନବାଜୀ

ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ନାମକରଣକୁ ନେଇ ଆରମ୍ଭ ହୋଇଛି ବୟାନବାଜୀ । ଓଡିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଥିବାବେଳେ ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠାତା ହରେକୃଷ୍ଣ ମହତାବଙ୍କ ନାମ ନେଇ ଯୁକ୍ତି ବାଢିଛି କଂଗ୍ରେସ । ତେବେ ଯୁକ୍ତିସଙ୍ଗତ ନାମକରଣ କରାଯାଉ କହି ବିବାଦଠାରୁ ଦୂରେଇ ରହିବାକୁ ଉଚିତ ମଣିଛି ଭାରତୀୟ ଜନତା ପାର୍ଟି ।

ଦେଶର ଅଧିକାଂଶ ଏମ୍ସ ନାମକରଣର ପ୍ରସ୍ତାବ କେନ୍ଦ୍ର ନିକଟକୁ ପଠାଇସାରିଛନ୍ତି । ତେବେ ଭୁବନେଶ୍ୱର ଏମ୍ସର ନୂଆ ନାଁ କଣ ରହିବ? କେଉଁ ଆଧାରରେ ପ୍ରସ୍ତାବ ଦେଇଛନ୍ତି ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ? ନୂଆ ନାଁକୁ ରାଜନୈତିକ ଦଳଗୁଡିକ ପସନ୍ଦ କରିବେ ତ?