ବ୍ୟାଙ୍କ ଲୁଟ କରିବାକୁ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କୁ ବିରୋଧ କରିବାକୁ ଯାଇ ଦୁଇ ଆହତ ! ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି ।

26

ଜାମ୍ମୁ କାଶ୍ମୀରରେ ଦେଖିବାକୁ ମିଳିଛି ଏକ ଅଭାବନିୟ ଘଟଣା । ଦକ୍ଷିଣ କଶ୍ମିରର କୁଲଗାମ୍ ଜିଲ୍ଲାରେ ଥିବା ଜମ୍ମୁ କଶ୍ମିର ବ୍ୟାଙ୍କ ମଧ୍ୟରେ ଆଜି (ଶୁକ୍ରବାର) ବିଳମ୍ବିତ ଅପରାହ୍ଣରେ ୨ ଜଣ ଆତଙ୍କବାଦୀ ବଳପୂର୍ବକ ପ୍ରବେଶ କରି ଗୁଳିଚାଳନା କରିବା ଘଟଣାରେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣେ ବ୍ୟାଙ୍କ୍ ଗ୍ରାହକ ଥିବା ବେଳେ ଅନ୍ୟ ଜଣକ ହେଉଛନ୍ତି ବ୍ୟାଙ୍କର ସୁରକ୍ଷା କର୍ମୀ ।
ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଆଜି ବିଳମ୍ବିତ ଅପରାହ୍ଣରେ ଦକ୍ଷିଣ କଶ୍ମିରର କୁଲଗାମ୍ ଜିଲ୍ଲାରେ ଥିବା ଜମ୍ମୁ କାଶ୍ମିର ବ୍ୟାଙ୍କ ବନ୍ଦ ହେବାକୁ ଯାଉଥିବା ବେଳେ ବ୍ୟାଙ୍କ ମଧ୍ୟକୁ ବଳପୂର୍ବକ ଧସେଇ ପଶିଥିଲେ । ପରେ ସେମାନେ ବ୍ୟାଙ୍କରେ ଟଙ୍କା ଭର୍ତ୍ତି ଥିବା ଟ୍ରେଜେରିକୁ ଲୁଟକରି ପଲାଇବାକୁ ବସିଥିବା ବେଳେ ବ୍ୟାଙ୍କର ସୁରକ୍ଷା କର୍ମୀ ସେମାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଏଥିରେ ହଡ଼ବଡ଼େଇ ଯାଇ ଦୁଇ ଆତଙ୍କବାଦୀ ଟଙ୍କା ବାକ୍ସକୁ ପକାଇଦେଇ ପାଲଟା ଗୁଳିଚାଳନା କରି ଘଟଣାସ୍ଥଳରୁ ଖସି ପଳାଇ ଥିଲେ । ତେବେ, ଆତଙ୍କବାଦୀଙ୍କ ଗୁଳିରେ ବ୍ୟାଙ୍କରେ ଉପସ୍ଥିତ ଥିବା ଗ୍ରାହକ ଆସିକ୍ ହୁସେନ୍ ଓ ବ୍ୟାଙ୍କର ସୁରକ୍ଷା କର୍ମୀ ଗୁରୁତର ଭାବେ ଆହତ ହୋଇଥିଲେ । ଉଭୟ ଆହତଙ୍କୁ ଚିକିତ୍ସା ପାଇଁ କୁଲଗାମ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିବା ବେଳେ ଘଟଣାରେ ସଂପୃକ୍ତ ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ସଂପୃକ୍ତ ଅଞ୍ଚଳରେ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ ହୋଇଛି ।