ମୋର ନୁହେଁ ତ କାହାର ନୁହେଁ । ପ୍ରତିଶୋଧ ପରାୟଣ ହୋଇ ପ୍ରେମିକାର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଫେସବୁକରେ ଛାଡିଲା ପ୍ରେମିକ

118

କନକ ବ୍ୟୁରୋ : ପ୍ରେମରେ ବିଫଳ ହେବା ପରେ ପ୍ରେମିକର ଆତ୍ମହତ୍ୟା ଘୋଷଣା । ଫେସବୁକରେ ଆତ୍ମହତ୍ୟା ନେଇ ଘୋଷଣା କରିବା ପରେ, ପ୍ରେମିକା ସହ ବିତାଇଥିବା ଅନ୍ତରଙ୍ଗ ମୁହୁର୍ତର ଭିଡିଓକୁ ଛାଡି ଦେଇଛନ୍ତି ଜଣେ ବିବାହିତ ପ୍ରେମିକ । ମୋର ନୁହେଁ ତ’ କାହାରି ନୁହେଁ ନ୍ୟାୟରେ ଯୁବତୀଙ୍କ ସହ ବିତାଇଥିବା କିଛି ଦୁର୍ବଳ ମୁହୁର୍ତର ଚିତ୍ରକୁ ଫେସବୁକରେ ପୋଷ୍ଟ କରିଛନ୍ତି । ବିବାହିତ ଥିବା ଜାଣିବା ପରେ ବି ଯୁବତୀ ଜଣକ ତାଙ୍କ ସହ ସଂପର୍କ ରଖିଥିଲେ ବୋଲି ଏହି ଯୁବକ ଦାବି କରିଛନ୍ତି । ଆଉ ଯୁବତୀ ବାହା ହୋଇଯିବା ଜାଣିବା ପରେ ତାଙ୍କୁ ବଦନାମ କରିବା ପାଇଁ ନେଇଛନ୍ତି ଏଭଳି ଏକ ନିଷ୍ପତି ।

ବିବାହିତ ପ୍ରେମିକର ପ୍ରେମ-ପ୍ରତାରଣା ଓ ପ୍ରତିଶୋଧର ଏକ କାହାଣୀ । ଯେଉଁଥିରେ ଜଣେ ବିବାହିତ ଯୁବକ, ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ହେଲେ ଯୁବତୀ ଜଣକ ବାହା ହୋଇଯିବା ପରେ ତାଙ୍କ ସହ ବିତାଇଥିବା ଅନ୍ତରଙ୍ଗ ମୁହୁର୍ତର ଫଟୋ ଓ ଭିଡିଓକୁ ନିଜ ଫେସବୁକ୍ ୱାଲରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ଆଜି ମୋ ଜୀବନର ଶେଷ ଦିନ । ଆଜି ମୁଁ ସବୁ ଫଟୋ ଓ ଭିଡିଓ ଛାଡିକି ଆତ୍ମହତ୍ୟା କରିବି ।

ଯୁବକଙ୍କ ଫେସବୁକ୍ ପୋଷ୍ଟରୁ ଯାହା ସୂଚନା ମିଳୁଛି-ଯୁବକ ଜଣକ କଟକର ଏକ ପିଜା ସପରେ ସୁପରଭାଇଜର ଭାବ କାମ କରନ୍ତି । ଗତ ୨୩ ତାରିଖ ଯୁବକ ଜଣକ ପ୍ରଥମ ଥର ପାଇଁ ଯୁବତୀଙ୍କ ସହ ବିତାଇଥିବା କିଛି ଅନ୍ତରଙ୍ଗ ଛାଡି ଥିଲେ । ଆଉ ଏହି ଧାରା କ୍ରମାଗତ ଭାବେ ଜାରି ରଖିଛନ୍ତି । ଯୁବକ ଜଣକ ଆଉ ଗୋଟିଏ ପୋଷ୍ଟରେ ଲେଖିଛନ୍ତି- ମୋତେ କଷ୍ଟ ଦେବାରୁ ମୁଁ ଏମିତି କଲି । ଜାଣିଥିଲ ଯେ, ମୁଁ ବାହା ହୋଇଛି । ତା’ ପରେ ବି ସେ ମୋତେ ଭଲ ପାଇଥିଲା । ଆଉ ମୁଁ ବି ତାକୁ ଭଲ ପାଇଥିଲି । କିନ୍ତୁ କାଲି ତା’ର ବାହାଘର ସରି ଯାଇଛି ।

ଏଭଳି କିଛି ପୋଷ୍ଟରୁ ସ୍ପଷ୍ଟ ହୋଇଯାଉଛି ଯେ, ସଂପୃକ୍ତ ଯୁବତୀ ଜଣକ ଏବେ ବିବାହ କରିସାରିଛନ୍ତି । ଯାହାକୁ ସହଜରେ ଗ୍ରହଣ କରି ପାରି ନାହାଁନ୍ତି ଏହି ବିବାହିତ ପ୍ରେମିକ । କାରଣ ବିବାହିତ ଥିବା ସତ୍ୱେ ଯୁବତୀ ଜଣକ ତାଙ୍କୁ ଭଲ ପାଉଥିଲେ । ଆଉ ଯେତେବେଳେ ଯୁବତୀ ଜଣକ ସବୁ ଦିନ ପାଇଁ ତାଙ୍କଠାରୁ ଦୂରେଇ ଯାଇଛନ୍ତି -ମୋର ନାହିଁ ତ କାହାରି ନାହିଁ ନ୍ୟାୟରେ ଫଟୋ ଓ ଭିଡିଓକୁ ଭାଇରାଲ କରିଛନ୍ତି ।

ସୋସିଆଲ ମିଡିଆରେ ବଢୁଥିବା ଅପରାଧକୁ ନେଇ ଓଡ଼ିଶା ସାଇବର ସେଲ ଅଧିକ କ୍ରିୟାଶୀଳ ହୋଇଥିବା ବେଳେ, ନିକଟରେ ଏଭଳି ଭିଡିଓ ଓ ଫଟୋକୁ ସେୟାର ନକରିବା ପାଇଁ ଓଡ଼ିଶା ପୁଲିସ୍ ପକ୍ଷରୁ ଏକ ନିର୍ଦ୍ଦେଶନାରମା ଜାରି ହୋଇଥିଲା । ହେଲେ ଏହା ସତ୍ୱେ ଏଭଳି ଘଟଣା ସବୁ ଘଟିବାରେ ଲାଗିଛି । ଜଣେ ବିବାହିତ ଯୁବକର ଏଭଳି କାଣ୍ଡକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଥିବା ବେଳେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଏହି ପ୍ରେମିଯୁଗଳଙ୍କ କିଛି ଦୁର୍ବଳ ମୁହୁର୍ତର ଚିତ୍ର ।