ବାଲେଶ୍ୱରରେ ଖସିପଡିଲା ମାନବବିହୀନ ବାୟୁସେନା ବିମାନ ! ଲକ୍ଷ୍ୟଚ୍ୟୁତ ହୋଇ ଚାନ୍ଦମୁହିଁରେ ଖସିଲା ଲକ୍ଷ୍ୟ

32

କନକ ବ୍ୟୁରୋ : ବାଲେଶ୍ୱର ବାଲିଆପାଳ ଚାନ୍ଦିମୁହେଁରେ ଆଜି ଏକ ମାନବବିହୀନ ମିସାଇଲ ଗଳିପଡିଛି । ଏହ ମିସାଇଲର ନାଁ ଲକ୍ଷ୍ୟ ବୋଲି ଲେଖାଯାଇଛି । ଆଜି ଦିନ ପ୍ରାୟ ୧୧ଟାରେ ହାଠତ ପ୍ରଚଣ୍ଡ ଶଦ୍ଦ ହୋଇଥିଲା । ଘଟଣା ନେଇ ଲୋକେ କିଛି ଜାଣିପାରିନଥିଲେ । କିନ୍ତୁ ପରେ ଏହା ଲକ୍ଷ୍ୟ ମିସାଇଲ ବୋଲି ଜଣାପଡିଥିଲା ।

ମିସାଇଲଟି ଏକ ଖୋଲା ଅଂଚଳରେ ଗଳିପଡିଥିବାରୁ କିଛି କ୍ଷୟକ୍ଷତି ଘଟିନାହିଁ । ଏ ବାବଦରେ ସ୍ଥାନୀୟ ପ୍ରଶାସନକୁ ଖବର ଦିଆଯାଇଛି । ନିକଟସ୍ଥ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଏହା ଲକ୍ଷଚ୍ୟୁତ ହୋଇ ସମୁଦ୍ର ବଦଳରେ ଖୋଲାଅଂଚଳରେ ପଡିଥିବା ସନ୍ଦେହ କରାଯାଉଛି