ରାଜ୍ୟରେ ବଢୁଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ପୁଣି ଚିହ୍ନଟ ହେଲେ ୧୪ ଆକ୍ରାନ୍ତ

206

କନକ ବ୍ୟୁରୋ : ରାଜ୍ୟରେ ଦ୍ରୁତଗତିରେ ବଢିଚାଲିଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଆଜି ଆଉ ୧୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଆଇଏଲଏସ୍ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜିର ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫ରେ ପହଞ୍ଚିଛି ।

ସେପଟେ ଓମିକ୍ରନ୍ ପାଇଁ ରାଜ୍ୟରେ କରୋନା ସଂକ୍ରମଣ ବଢୁଛି ବୋଲି କୁହାଯାଉଛି । ଗତ ୧୨ଦିନ ଭିତରେ ଉପରମୁହାଁ ହୋଇଛି କରୋନା ସଂକ୍ରମଣ । ଯାହାକୁ ନେଇ ରାଜ୍ୟସରକାରଙ୍କ ଚିନ୍ତା ବଢିବାରେ ଲାଗିଛି ।

ଅନ୍ୟପଟେ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ନିର୍ବାଚନ ହେବ କି ନାହିଁ ତା ଉପରେ ସମସ୍ତଙ୍କ ନଜର ରହିଛି । ଆଜି ଦିନ ୧୧ଟାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ । କରୋନା ସ୍ଥିତି ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସହ ଆଲୋଚନା ହୋଇଛି । ଆଗକୁ କରୋନାର ସ୍ଥିତିକୁ ନେଇ ନିର୍ବାଚନ ହେବ କି ନାହିଁ ନିଷ୍ପତ୍ତି ନିଆଯିବା ବୋଲି ସୂଚନା ଦେଇଛନ୍ତି ଏସଆରସି