‘ବାହୁବଲି’ର କଟପ୍ପା ହସ୍ପିଟାଲରେ ଭର୍ତ୍ତି । ଆରୋଗ୍ୟ କାମନା କରି ଚାଲିଛି ପୂଜାର୍ଚ୍ଚନା

284

କନକ ବ୍ୟୁରୋ: ଏବେ ଦେଶରେ କାୟା ବିସ୍ତାର କରି ଚାଲିଛି କରୋନାର ତୃତୀୟ ଲହର । ଏଥିରେ ଅଭିନୟ ଜଗତର ଅନେକ ଆକାନ୍ତ ହୋଇଥିବା ଖବର ଆସୁଛି । ବଲିଉଡର ଅକେ ଅଭିନେତା ଅଭିନେତ୍ରୀ ଏଥିରେ ସଂକ୍ରମିତ ହୋଇଥିବାବେଳେ ସାଉଥ୍ ଇଣ୍ଡଷ୍ଟ୍ରି ମଧ୍ୟ ଏହା କବଳରେ । ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିବା ‘ ବାହୁବଲି’ର କଟପ୍ପା ବୋଲାଉଥିବା ସତ୍ୟରାଜ ଏବେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।

ରିପୋର୍ଟ ମୁତାବକ, ଲିଜେଣ୍ଡାରୀ ଆକ୍ଟର ସତ୍ୟରାଜଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଦିନ ପୂର୍ବରୁ ତାଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଇଥିଲା । ସେ ଟେଷ୍ଟ କରାଇବାରୁ ପଜିଟିଭ ଥିବା ଜଣାପଡିଥିଲା । ସେ ହୋମ ଆଇସୋଲେସନରେ ରହିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବାବେଳେ ହଠାତ ତାଙ୍କ ସ୍ୱାସ୍ଥ୍ୟ ବିଗିଡିଯାଇଥିଲା । ଶୁକ୍ରବାର ସନ୍ଧ୍ୟାରେ ସତ୍ୟରାଜ ଗୁରୁତର ହୋଇପଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅବଶ୍ୟ ହସ୍ପିଟାଲ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଏଯାଏଁ କୌଣସି ବିବୃତ୍ତି ଦିଆଯାଇନାହିଁ । କିନ୍ତୁ ତାଙ୍କ ଆରୋଗ୍ୟ କାମନା କରି ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରୁଛନ୍ତି ତାଙ୍କ ପ୍ରଶଂସକ ।

ଏହା ପୂର୍ବରୁ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ଅଭିନେତା ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଫିଲ୍ମ ଷ୍ଟାର ମହେଶ ବାବୁଙ୍କ ଠାରୁ ଆରମ୍ଭ କରି ମାଞ୍ଚୁ ମନୋଜ, ମାଞ୍ଚୁ ଲକ୍ଷ୍ମୀ, ମ୍ୟୁଜିକ ଡାଇରେକ୍ଟର ତମନ ନୀତିନଙ୍କ ପତ୍ନୀ ଏବଂ ଅଭିନେତା ବିଶ୍ୱକ ସେନ୍‌ ମଧ୍ୟରେ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି।