ଓଡ଼ିଶା ସୀମାରେ ଆନ୍ଧ୍ର ଷଡ଼ଯନ୍ତ୍ରର ଆଉ ଏକ ପ୍ରମାଣ । ଗଜପତି ଜିଲ୍ଲା କାଶୀନଗରରେ ଘରୋଇ ଜମିରେ ତିଆରୀ କରିଛି ସ୍କୁଲ, ଲେଖା ଅଛି କୌଶଲ୍ୟାପୁରମ, କୋଟୁରୁ ମଣ୍ଡଳ

ଓଡ଼ିଶା ସୀମାରେ ପସି ପଡ଼ୋଶୀ ଆନ୍ଧ୍ର ପ୍ରଦେଶ କିଭଳି ଦାଦାଗିରି ଚଳାଇଛି

168
କନକ ବ୍ୟୁରୋ : ଓଡ଼ିଶା ସୀମାରେ ପସି ପଡ଼ୋଶୀ ଆନ୍ଧ୍ର ପ୍ରଦେଶ କିଭଳି ଦାଦାଗିରି ଚଳାଇଛି, ତାର ପ୍ରମାଣ ସାମ୍ନାକୁ ଆସିଛି । ଗଜପତି ଜିଲ୍ଲାର କାଶୀନଗରରେ ସ୍କୁଲ ଖୋଲିଛି ଆନ୍ଧ୍ର । ଜିଲ୍ଲାର କାଶୀନଗର ବ୍ଲକ ହାଡ଼ଭାଙ୍ଗି ପଂଚାୟତରେ ଏକ ବେସରକାରୀ ଜମିରେ ବିଦ୍ୟାଳୟ ଆରମ୍ଭ ହୋଇଛି ।
ଏପରିକି ଓଡ଼ିଶା ମାଟିରେ ଆନ୍ଧ୍ର ପ୍ରଦେଶ କୋଟୁର ମଣ୍ଡଳ କୌଶଲ୍ୟାପୁରମର ଏହି ଅଂଚଳ ବୋଲି ଦର୍ଶାଯାଇଛି । ସମାନ୍ତରାଳ ଇଂରାଜୀ ମାଧ୍ୟମ ସ୍କୁଲ ଖୋଲି ସୀମାନ୍ତ ଗାଁରେ ଥିବା ଗରିବ ପରିବାରର ଛାତ୍ରଛାତ୍ରୀଙ୍କ ଆକୃଷ୍ଟ କରୁଛି ଆନ୍ଧ୍ର । ଏହି ସ୍କୁଲର ଚିତ୍ର ସାମ୍ନାକୁ ଆସିବା ପରେ ଓଡ଼ିଶ ସୀମାରେ ଆନ୍ଧ୍ର ବିସ୍ତାରବାଦ ନୀତିର ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଯାଇଛି ।
ସେପଟେ, ଜାଣିଲେ ଆଶ୍ଚର୍ଯ୍ୟ ହେବେ ୭ଟି ଜିଲ୍ଲାରେ ଓଡ଼ିଶାର ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ସୀମା ବିବାଦ ଲାଗି ରହିଛି  । ଏହି ଜିଲ୍ଲା ଗୁଡ଼ିକ ହେଉଛି ବାଲେଶ୍ୱର, ମୟୂରଭଂଜ, କେନ୍ଦୁଝର, ନୂଆଁପଡ଼ା କୋରାପୁଟ, ଗଂଜାମ ଓ ଗଜପତି । ବିଧାନସଭାରେ ଏସମ୍ପର୍କିତ ଏକ ଲିଖିତ ପ୍ରଶ୍ନର ଉତରରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଏହି ଉତର ଦେଇଛନ୍ତି । ପଡ଼ୋଶୀ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ସୀମା ବିବାଦର ସମାଧାନ ପାଇଁ ସରକାର ଉଦ୍ୟମ କରୁଛନ୍ତି । ମନ୍ତ୍ରୀ ଆହୁରି ଦର୍ଶାଇଛନ୍ତି ସୀମାନ୍ତବର୍ତୀ ଲୋକମାନଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସରକାର ପ୍ରୟାଶ କରୁଛନ୍ତି । ସେହିପରି କୋଟିଆର ବିକାଶ ପାଇଁ ୧୫ ସୁତ୍ରୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।  ପୂର୍ବରୁ ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାଇ ରଖିବାକୁ କହିଥିଲେ । ଏବେ ମାମଲା ସୁପ୍ରିମକୋଟରେ ଥିବାରୁ କୋଟିଆ ପ୍ରସଙ୍ଗରେ ଓଡ଼ିଶାର ବିଜୟ ହେବ ବୋଲି ସେ ଦମ୍ଭକ୍ତି କରିଛନ୍ତି ।