ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ । ସାଢେ ୧୧ଟା ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତ୍ତି 

ବିଧାନସଭା ଆରମ୍ଭରୁ ଗୃହରେ ହଟ୍ଟଗୋଳ

85
କନକ ବ୍ୟୁରୋ : ବିଧାନସଭା ଆରମ୍ଭରୁ ଗୃହରେ ହଟ୍ଟଗୋଳ । ଆଜି ବଜେଟ୍ ଅଧିବେଶନର ତୃତୀୟ ଦିନରେ ବି ଚାଲିପାରିଲାନି ଗୃହ । ପ୍ରଶ୍ନକାଳ ଆରମ୍ଭରୁ ଚାଷୀ ପ୍ରସଙ୍ଗ ଉଠାଇ ଜୋରଦାର ହଙ୍ଗାମା କଲେ ବିରୋଧୀ । ଗୃହରେ ଉଭୟ କଂଗ୍ରେସ ଓ ବିଜେପି ପ୍ଲାକାର୍ଡ ଦେଖାଇ ନାରାବାଜି କରିଥିଲେ । ତେଣୁ ଦିନ ସାଢେ ୧୧ଟା ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତ୍ତି ।
ଗତକାଲି ମଧ୍ୟ ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହୋହାଲ୍ଲା କରିଥିଲେ ବିରୋଧୀ । ଯାହାକୁ ନେଇ ପ୍ରଥମେ ଦିନ ସାଢେ ୧୧ଟା ଯାଏଁ ଗୃହ ମୁଲତବି ହୋଇଥିଲା ଏବଂ ପରେ ପୁଣି ଗୃହରେ ବିଜେପି ଓ କଂଗ୍ରେସ ଉଭୟ ହଙ୍ଗାମା କରିବାରୁ ସାଢେ ୪ଟା ଯାଏଁ ପୁଣି ଗୃହକୁ ମୁଲତବି କରିଥିଲେ ବାଚସ୍ପତ୍ତି