ହ୍ୱାଟ୍ସଆପ ପ୍ରାଇଭେସି ପଲିସିରେ ଆସିଲା ଦୁଇଟି ଅପସନ୍ । ଜାଣନ୍ତୁ, କଣ ଏହି ଅପସନ୍ ଏବଂ ଏହାର ବ୍ୟବହାର

370

କନକ ବ୍ୟୁରୋ : ଗତ କିଛି ମାସ ପୂର୍ବେ ହ୍ୱାଟ୍ସଆପ୍ ପ୍ରାଇଭେସି ପଲିସି ନେଇ ଅନେକ ବିବାଦ ଦେଖାଦେଇଥିଲା । ଅନେକ ୟୁଜର୍ସ ହ୍ୱାଟ୍ସଆପର ଏହି ପଲିସିକୁ ଗ୍ରହଣ ନକରି ହ୍ୱାଟ୍ସଆପରୁ ମୁହଁ ଫେରାଇନେଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଆଉ ତାପରେ ହ୍ୱାଟ୍ସାଆପ୍ ତାର ପ୍ରାଇଭେସି ପଲିସକୁ ତୁରନ୍ତ ଲାଗୁ ନକରି ଗ୍ରାହକଙ୍କୁ କିଛି ସମୟସୀମା ଦେଇଥାଲା ଆଉ ଏବେ ସେହି ସମୟସୀମା ସରିଯାଇଥିବା ବେଳେ ପୁଣି ସମୟସୀମାକୁ ବୃଦ୍ଧି କରିଛି ମେସେଞ୍ଜିଗ୍ ଆପ୍ ହ୍ୱାଟ୍ସଆପ୍ ।
ହ୍ୱାଟ୍ସଆପ ମୁଖପାତ୍ରଙ୍କ କହିବା ଅନୁସାରେ, ହ୍ୱାଟ୍ସଆପ୍ ପ୍ରାଇଭେସି ପଲିସିରେ ପୂର୍ବରୁ କେବଳ ଆକସେପ୍ଟ ଅପସନ୍ ଆସୁଥିଲା କିନ୍ତୁ ଏବେ ଏଥିରେ ଆଉ ଏକ ଅପସନକୁ ଆଡ୍ କରିଦିଆଯାଇଛି । ଏଥର ଆକସେପ୍ଟ ଅପସନ୍ ସହି ରିଜେକ୍ଟ ଅପସନ୍ ଆଡ କରାଯାଇଛି । ସେପଟେ ଏହି ପଲିସିକୁ ନେଇ ସରକାରଙ୍କ ସହ ଆଲୋଚନା ଜାରି ରହିଛି । ଆଉ ଯଦି ହ୍ୱାଟ୍ସଆପର ଏହି ପ୍ରାଇଭେସି ପଲିସକୁ ସରକାରଙ୍କ ମଞ୍ଜୁରି ମିଳୁଛି ତେବେ ଏହି ପରିସିକୁ ରିଜେକ୍ଟ କରୁଥିବା ୟୁଜର୍ସ ଏହି ଆପ୍ଲିକେସନକୁ ବ୍ୟବହାର କରିପାରିବେ ନାହିଁ ।