ଲଗାଣ ବର୍ଷା ପରେ ମଥାନୀରେ ବିପଦ ସଙ୍କେତ ଉପରେ ଜଳକା। ତଳିଆ ଅଞ୍ଚଳରେ ଲୋକେ ଚିନ୍ତାରେ। 

56

କନକ ବ୍ୟୁରୋ:  ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବଢୁଛି ଜଳକା ନଦୀର ଜଳସ୍ତର । ମଥାନୀ ଠାରେ ବିପଦ ସଂକେତ ଉପରେ ପ୍ରବାହିତ ଜଳକା ନଦୀର ପାଣି । ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ଅଧିକ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । ତିନିଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ବାଲେଶ୍ୱର ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।

ମୟୁରଭଞ୍ଜ ଜିଲ୍ଲାର ସୁଳିଆପଦା, ମୋରଡା, ଚିିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ନଦୀର ଜଳସ୍ତର ବଢୁଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଗତକାଲି ମୋରଡାରେ ୧୮ ମିଲିମିଟର ଏବଂ ରାସଗୋବିନ୍ଦପୁର ଅଞ୍ଚଳରେ ୪୦ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛିା