ଉତ୍ସବ ମୁଖର ଶ୍ରୀକ୍ଷେତ୍ର। ଗୋଶାଣୀଙ୍କ ଦର୍ଶନ ପାଇଁ ପୁରୀରେ ଭିଡ଼।

73

କନକ ବ୍ୟୁରୋ: ପାର୍ବଣରେ ଉତ୍ସବ ମୁଖର ଶ୍ରୀକ୍ଷେତ୍ର । ପୀଠରୁ ପୂଜାମଣ୍ଡପ ସବୁଠି ଚାଲିଛି ମା’ଙ୍କ ଆରାଧନା । ମହାପ୍ରଭୁଙ୍କ ଦର୍ଶନ ସହ ଗୋଶାଣୀଙ୍କ ଦର୍ଶନ ପାଇଁ ବେଶ ଭିଡ଼ ଜମାଇଛନ୍ତି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ । ସାଧାରଣତଃ ଆଶ୍ୱିନ ମାସର ସପ୍ତମୀଠାରୁ ଗୋସାଣୀ ପୂଜାର୍ଚ୍ଚନା କରାଯାଏ । ଗବେଷକଙ୍କ ମତରେ ଗୋସାମୀନି ବା ଗୋସାମଣୀ ଶବ୍ଦରୁ ଗୋସାଣୀର ସୃଷ୍ଟି । ଦ୍ୱାଦଶ ଶତାବ୍ଦିରେ ଗଙ୍ଗ ରାଜାମାନେ ଶ୍ରୀକ୍ଷେତ୍ରରେ ଶ୍ରମନ୍ଦିର ନିର୍ମାଣ ସମୟରେ ଦେଉଳର ସୁରକ୍ଷା ପାଇଁ ଚର୍ତୁପାଶ୍ୱର୍ରେ ସତସାହି ଅଖଡ଼ା, ଯାଗା, କୋଟ, ଗଡ଼ ଓ ଗୁରୁଜ ଆଦି ପ୍ରତିଷ୍ଠା କରି ଶ୍ରୀମନ୍ଦିରର ସୁରକ୍ଷା କରୁଥିଲେ । ଏହି ଜାଗା ଆଖଡ଼ା ମାନଙ୍କରେ ଗୋସାଣୀ ଯାତ୍ରା ମହାଆଡ଼ମ୍ବରରେ ପୂଜା କରାଯାଏ ।