ଅକ୍ଷୟ କୁମାର ହେବେ ପ୍ରଧାନମନ୍ତ୍ରୀ! ମୋଦିଙ୍କ ଚରିତ୍ରରେ ଅଭିନୟ କରିପାରନ୍ତି ଖିଲାଡ଼ି ତାରକା

38

ବଲିଉଡ଼ ଖିଲାଡ଼ି ଅକ୍ଷୟ କୁମାରଙ୍କ ସିନେମା ‘ଟଏଲେଟ୍ ଏକ ପ୍ରେମକଥା’ ଖୁବ୍ ଶ୍ରୀଘ୍ର ପରଦାକୁ ଆସୁଛି । ଅକ୍ଷୟ ଏବେ ଏହି ସିନେମାର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ନିକଟରେ ଏନେଇ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ । ସୂତ୍ର ଅନୁସାରେ ଅକ୍ଷୟ କୁମାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକାରେ ନଜର ଆସି ପାରନ୍ତି ।

ପ୍ରକୃତକଥା ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଏକ ସିନେମା ତିଆରି ହେବ । ଏହିି ସିନେମାରେ ଅକ୍ଷୟ କୁମାର ମୁଥ୍ୟ ଭୂମିକାରେ ତଥା ମୋଦିଙ୍କ ଚରିତ୍ରରେ ନଜର ଆସିବେ ବୋଲି ଶୁଣିବା ପାଇଁ ମିଳୁଛି ।

ସୂଚନା ଅନୁସାରେ କିଛି ସମୟ ପୂର୍ବରୁ ମୋଦିଙ୍କ ଚରିତ୍ର ପାଇଁ ପରେଶ ରାୱଲ, ଅନୁପମ ଖେର ଓ ଭିକ୍ଟର ବାନାର୍ଜୀ ଆଦି ଅଭିନେତା ଅଭିନୟ କରିିବେ ବୋଲି ଅଟକଳ ଲାଗାଯାଉଥିଲା ।ଏହି ମାମଲାରେ ବିଜେପି ନେତା ତଥା ବଲିଉଡ଼ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ କହିବା ଅନୁସାରେ ଅକ୍ଷୟ କୁମାର ଭାରତର ମିଷ୍ଟର କ୍ଲିନ୍ ଅଟନ୍ତି । ଏମିତିରେ ଏହି ଭୂମିକା ଅକ୍ଷକୁଙ୍କୁ ହିଁ ଭଲ ମାନିବ ଏବଂ ସେ ଏହି ଭୂମିକାକୁ ଉଚିତ ନ୍ୟାୟ ଦେଇପାରିବେ ।