ଓୱେସୀ ଚଲାଇଲେ ମୁସଲିମ୍ କାର୍ଡ ! କହିଲେ – ଆମେ ଦେଶର ଭଡାଟିଆ ନୁହଁ ହକଦାର ।

493

ପୁଣିଥରେ ସରକାରରେ ମୋଦି ସରକାର ଆସିବା ପରେ ଅଳ୍ପସଂଖ୍ୟକ ସମୁଦାୟଙ୍କ ଭିତରେ ହଲଚଲ ସୃଷ୍ଟି ହୋଇଯାଇଛି । ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତେହାଦୁଲ୍ ର ପ୍ରମୁଖ ଅସଦୁଦ୍ଦିନ୍ ଓୱେସୀ  ଏବେ ଏହା ଉପରେ ବଡ ବୟାନ ଦେଇଛନ୍ତି । ଓୱେସୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରକୁ ଟାର୍ଗେଟ୍ କରି କହିଥିଲେ,ଯଦି କେହି ଏହା ଭାବୁଛନ୍ତି ଯେ ଭାରତର ପ୍ରଧାନମନ୍ତ୍ରୀ ୩୦୦ ସିଟ୍ ରେ ଜିତି ଦେଶରେ ନିଜର ମନଇଚ୍ଛା କାମ କରିବେ ତେବେ ଏହା କେବେ ସମ୍ଭବ ନୁହଁ । “ ଆମେ ପ୍ରଧାନମନ୍ତ୍ରୀଙ୍କୁ କହିବାକୁ ଚାହୁଁଛୁ ସମ୍ବିଧାନର ଦ୍ୱାହି ଦେଇ ଅସଦୁଦ୍ଦିନ୍ ଓୱେସୀ ଆପଣଙ୍କ ସହ ଲଢିବ , ଦୁର୍ବଳ ଲୋକଙ୍କ ପାଇଁ ଲଢିବ ।” “ଭାରତକୁ ଶ୍ରେଷ୍ଠ ରଖିବାକୁ ପଡିବ ଏବଂ ଆମେ ଭାରତକୁ ଶ୍ରେଷ୍ଠ ରଖିବୁ । ଆମର ଏଠାରେ ରହିବାର ସମ୍ପୁର୍ଣ୍ଣ ଅଧିକାର ରହିଛି । ଭଡାଟିଆ ନୁହଁ ଆମର ବରାବର୍ ଅଧିକାର ଅଛି ଭାରତରେ ।”

ଏହା ପୂର୍ବରୁ ଓୱେସୀ ଅଳ୍ପସଂଖ୍ୟକ ସମୁଦାୟଙ୍କ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ପ୍ରଶ୍ନ ପଚାରି ସାରିଛନ୍ତି । ସେ ପଚାରିଥିଲେ , ଯଦି ପ୍ରଧାନମନ୍ତ୍ରୀଙ୍କୁ ଲାଗୁଛି ମୁସଲମାନ୍ ଡରରେ ରହୁଛନ୍ତିି ତେବେ କ’ଣ ସେ ଡରକୁ ରୋକିପାରିବେ । ଯେ ଗାଇ ନାଁରେ ମୁସଲିମ୍ ଙ୍କ ହତ୍ୟା କରୁଛନ୍ତି । ଆମ ଭିଡିଓ ନେଉଛନ୍ତି ଏବଂ ଆମକୁ ନିମ୍ନ ଦେଖାଉଛନ୍ତି । କ’ଣ ମୋଦି କହିପାରିବେ ତାଙ୍କ ପାର୍ଟିରେ ୩୦୦ ରୁ କେତେ ମୁସଲମାନ୍ ସାଂସଦ ଅଛନ୍ତି ଯେ ଲୋକସଭା ନିର୍ବାଚନରେ ଚୟନ ହୋଇଛନ୍ତି? ତାଙ୍କ ବୟାନ ବିରୋଧାବାସୀ ଅଟେ । ଯାହା ଗତ ୫ ବର୍ଷ ଧରି ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପାର୍ଟି କରୁଛି । ଆପଣଙ୍କୁ କହିରଖୁଛୁ ସାଂସଦର ସେଣ୍ଟ୍ରାଲ୍ ହଲରେ ପିଏମ୍ ମୋଦି କହିଥିଲେ ଗରିବଙ୍କ ସହ ଧୋକା ହୋଇଛି । ସେଭଳି ଧୋକା ଅଳ୍ପସଂଖ୍ୟକ ସହ ମଧ୍ୟ ହୋଇଛି । ୨୦୧୯ ରେ ଆପଣଙ୍କୁ ମୁଁ କହିବାକୁ ଆସିଛି ଯେ ଏହି ଧୋକାକୁ ମୁଁ ଛେଦନ କରିବାକୁ ଯାଉଛି । ଆପଣ ମୋ ଉପରେ ବିଶ୍ୱାସ ରଖନ୍ତୁ ।