ଦିନେ ସ୍ତ୍ରୀର ଦିନେ ପ୍ରେମିକାର ! ସ୍ୱାମୀଙ୍କୁ ବାଂଟିଲା ପୁଲିସ୍

38

ଦିନେ ସ୍ତ୍ରୀର ଆଉ ଦିନେ ପ୍ରେମିକାର । ସ୍ୱାମୀଙ୍କୁ ବାଂଟିଲେ ପୁଲିସ୍ । ସପ୍ତାହର ସାତ ଦିନ ମଧ୍ୟରୁ ସ୍ୱାମୀ ଯେଉଁ ଦିନ ଯାହା ସହ ଚାହିଁବେ ରହିପାରିବେ । କେବଳ ସେତିକି ନୁହେଁ ରୋଜଗାର ମଧ୍ୟ ଉଭୟ ସ୍ତ୍ରୀ ଏବଂ ପ୍ରେମିକା ମଧ୍ୟରେ ସମାନ ଭାବରେ ବାଂଟିବେ । ଆଗ୍ରାରେ ସ୍ୱାମୀ, ସ୍ତ୍ରୀ ଓ ସେ ମଧ୍ୟରେ ହୋଇଥିବା ଏହି ବୁଝାମଣା ଏବେ ଚର୍ଚ୍ଚାରେ ।

ସୂଚନା ଅନୁସାରେ, ଆଗ୍ରାର ମନୋଜ ନାମକ ଜଣେ ଅଟୋ ଡାଇଭର୍ ପ୍ରତିଦିନ ଜଣେ ଯୁବତୀଙ୍କୁ ଅଫିସ୍ ଛାଡିବାକୁ ଯିବା ଭିତରେ ଉଭୟଙ୍କ ପ୍ରେମ ଆରମ୍ଭ ହୋଇଥିଲା । ତେବେ ପୂର୍ବରୁ ବିବାହିତ ଥିଲେ ମଧ୍ୟ ଉଭୟ ମନ୍ଦିରରେ ପରସ୍ପରକୁ ବିବାହ କରିଥିଲେ । ହେଲେ ଏକଥା ଜଣା ପଡିବା ପରେ ମନୋଜଙ୍କ ପତ୍ନୀ ଏହାକୁ ବିରୋଧ କରିଥିଲେ । ଯାହା ଫଳରେ ପ୍ରେମିକାରୁ ଦ୍ୱିତୀୟ ପତ୍ନୀ ପାଲଟିଥିବା ଯୁବତୀଙ୍କ ଠାରୁ ଦୂରେଇ ଯାଇଥିଲେ ମନୋଜ ।

ତେବେ ଏନେଇ ଅଭିଯୋଗ ପରେ ପୁଲିସ୍ ସମସ୍ତଙ୍କ ଥାନାକୁ ଆଣି ମାମଲାର ଆପୋଷ ବୁଝାମଣା କରିଥିଲେ । ଉଭୟ ମହିଳା ଏକାଠି ମନୋଜଙ୍କ ସହ ରହିବାକୁ ଅରାଜି ହେବାରୁ ଶେଷରେ ମନୋଜଙ୍କୁ ପୁଲିସ୍ ଉଭୟଙ୍କ ମଧ୍ୟରେ ବାଂଟି ଥିଲେ ।

ସୌଜନ୍ୟ : ନବଭାରତ ଟାଇମ୍ସ