୨୪ ବର୍ଷ ପରେ କମନୱେଲଥ ଗେମ୍ସରେ ସାମିଲ ହେଲା କ୍ରିକେଟ୍ । ଖେଳାଯିବ ଟି-୨୦ ମ୍ୟାଚ୍, ପଦକ ଜିତିବାକୁ ଭାରତ ପାଖରେ ରହିଛି ସୁଯୋଗ ।

609

କନକ ବ୍ୟୁରୋ: ୨୪ ବର୍ଷ ପରେ କମନୱେଲଥ ଗେମ୍ସରେ ସାମିଲ ହେଲା କ୍ରିକେଟ୍ । ଏହି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ଟି-୨୦ କ୍ରିକେଟକୁ ସାମିଲ କରିବା ନେଇ ମଙ୍ଗଳବାର ଘୋଷଣା କରିଛନ୍ତି କମନୱେଲଥ ଫେଡେରେସନ୍ । ବିଶ୍ୱସ୍ତରୀୟ ଏହି କ୍ରୀଡ଼ା ବର୍ମିଂହାମର ଏଜବେଷ୍ଟନ୍ ଷ୍ଟାଡ଼ିୟମରେ ଆସନ୍ତା ୨୦୨୨ ଜୁଲାଇ ୨୭ରୁ ଆରମ୍ଭ ହୋଇ ଅଗଷ୍ଟ ୭ ଯାଏଁ ଚାଲିବ। ତେବେ ଏଥିରେ ୧୮ଟି ଖେଳରେ ପାଖାପାଖି ୪୫ ହଜାର ଖେଳାଳି ଅଂଶଗ୍ରହଣ କରିବେ।

28ttcricket_1ବର୍ଷ ୧୯୯୯ ପରେ କ୍ରିକେଟକୁ ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ କରାଯାଇଛି । ପୂର୍ବରୁ କ୍ୱାଲାଲମପୁର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦକ୍ଷିଣ ଆଫ୍ରିକାର ପୁରୁଷ ଟିମ ୫୦ ଓଭର ଫର୍ମାଟରେ ସ୍ୱର୍ଣ୍ଣପଦକ ଜିତିଥିଲା। ଭାରତକୁ କୌଣସି ପଦକ ମିଳି ନ ଥିଲା। ସଚିନ ତେନ୍ଦୁଲକର, ଜ୍ୟାକସ୍ କାଲିସ ଓ ରିକି ପଣ୍ଟିଙ୍ଗ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।

ଅନ୍ୟପଟେ ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ର ସମସ୍ତ କ୍ରିକେଟ ମ୍ୟାଚ୍ ବର୍ମିଂହାମ୍ର ଏଜବେଷ୍ଟନ ଷ୍ଟାଡିୟମରେ ଖେଳାଯିବ। ଏଥିରେ ୮ଟି ମହିଳା କ୍ରିକେଟ୍ ଟିମ୍ ଭାଗ ନେବେ ଏବଂ ଏହା ୮ ଦିନ ଧରି ଚାଲିବ। ସିଜିଏଫ ମହିଳା କ୍ରିକେଟ ବ୍ୟତୀତ ଭଲିବଲ ଓ ପାରା ଟେବୁଲ ଟେନିସ୍ଙ୍କୁ ମଧ୍ୟ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ କରିବାକୁ ମଂଜୁରୀ ଦେଇଛି। ତେବେ ୨୪ ବର୍ଷ ପରେ କମନୱେଲଥ ଗେମ୍ସରେ କ୍ରିକେଟ୍ ସାମିଲ ହୋଇଥିବାରୁ ଭାରତୀୟ ମହିଳା ଟିମ୍ ପାଖରେ ପଦକ ଜିତିବାର ସୁଯୋଗ ରହିଛି ।