ପ୍ରେମିକା ଯେବେ ପତ୍ନୀ ହୁଏ! ଏସିଡ ପୀଡିତାଙ୍କ ହାତ ଧରି ପ୍ରେମର ସଂଜ୍ଞା ବଦଳାଇଦେଲେ ସରୋଜ, ଜାଣନ୍ତୁ ସରୋଜ-ପ୍ରମୋଦିନୀଙ୍କ ସଫଳ ପ୍ରେମ କାହାଣୀ

63

କନକ ବ୍ୟୁରୋ : ଚେହେରା ଓ ରୂପ ଦେଖି ଭଲ ପାଇବା ଆପଣ ଅନେକ ଦେଖିଥିବେ । କିନ୍ତ ମନ ଓ ଗୁଣ ଦେଖିବା ଭଲ ପାଇବା ହୁଏତ କମ୍ । ଆଜି ଏମିତି ଏକ ପ୍ରେମୀ ଯୁଗଳଙ୍କ କାହାଣୀ ସାମ୍ନାକୁ ଆସିଛି ଯାହା ଶୁଣିବା ପରେ ହୁଏତ ପ୍ରେମକୁ ନେଇ ଥିବା ଆପଣଙ୍କ ଧାରଣା ବଦଳି ଯିବ । ଏହି ପ୍ରେମ କାହଣୀ ଜଣେ ଏସିଡ୍ ଆଟାକର ଶିକାର ହୋଇଥିବା ଯୁବତୀଙ୍କର । ଆସନ୍ତା ୧୪ ତାରିଖ ଅର୍ଥାତ୍ ଭାଲେନଟାଇନ୍ ଡେରେ ଏହି ପ୍ରେମୀ ଯୁଗଳ ଜୀବନ ସାଥୀ ଭାବେ ଶପଥ ନେବାକୁ ଯାଉଛନ୍ତି । ଏଭଳି ଏକ କାହାଣୀ ସାମ୍ନାକୁ ଆସିବା ପରେ ଏବେ ଚର୍ଚ୍ଚାରେ ଏହି ପ୍ରେମୀଯୁଗଳ ।

Saroj Promodiniପ୍ରେମ ତ ସମସ୍ତେ କରନ୍ତି, ହେଲେ ପ୍ରେମିକାକୁ ପତ୍ନୀ ରୂପରେ ପାଇବା କେତେ ଲୋକଙ୍କ ଭାଗ୍ୟରେ ଜୁଟେ । ଆଉ ପ୍ରେମିକାକୁ ପାଇବା ପାଇଁ ସବୁ ବାଧାବିଘ୍ନକୁ ସାମ୍ନା କରିବାର ସାହାସ୍ କେତେ ପ୍ରେମିକଙ୍କର ଅଛି । ସବୁ ପ୍ରତିକୂଳ ପରିସ୍ଥିତିର ଲଢ଼ି ନିଜ ପ୍ରେମିକାକୁ ସାଥୀ ଭାବରେ ବାଛିଛନ୍ତି ସରୋଜ କୁମାର । ଆଉ ଏଇ ହେଉଛି ସେହି ସାହାସି ଝିଅ । ଯିଏ ଦୁନିଆକୁ ଶିଖାଇ ଦେଇଛନ୍ତି ବଂଚିବା କ’ଣ । ଯାହାଙ୍କ ସହ ଘଟିଥିଲା ଏଭଳି ଏକ ଘଟଣା, ଯାହା ଶୁଣିଲା ବେଳେକୁ ରୋମଟାଙ୍କୁରୀ ଉଠିଯାଏ । ୨୦୦୯ ମସିହାରେ ପ୍ରମୋଦିନୀ ରାଉଳ ଓରଫ ରାନୀଙ୍କ ଉପରେ ହୋଇଥିଲା ଏସିଟ୍ ଆଟାକ୍ । ଯେଉଁଥିରେ ପ୍ରମୋଦିନୀଙ୍କ ମୁହଁ ପୁରା ଜଳି ଯାଇଥିଲା ।

ପ୍ରେମର ଦିବସ କୁହାଯାଉଥିବା ଭେଲେନଟାଇନ୍ ଡେ’ରେ ସରୋଜ ଏବଂ ପ୍ରମୋଦିନୀଙ୍କ ନିବର୍ଦ୍ଧ ହେବାକୁ ଯାଉଛି । ଆଉ ତା’ପରେ ହାତଧରା ଧରି ହୋଇ ଚାଲିବେ ସାରାଜୀବନ ।ଏସିଡ୍ ଆଟାକ୍ ପରେ ଏବେ ଦିଲ୍ଲୀରେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ କାମ କରୁଛନ୍ତି ପ୍ରମୋଦିନୀ । ଯେଉଁଠି ସେ ତାଙ୍କ ଭଳି ଏସିଡ୍ ଆକ୍ରମଣର ଶିକାର ହୋଇଥିବା ଯୁବତୀଙ୍କ ପାଇଁ କାମ କରୁଛନ୍ତି । ସେହିପରି ସରୋଜ ହେଉଛନ୍ତି ସେବାରେ ଜଣେ ଏମଆର୍ । ୨୦୧୪ ମସିହାରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଉଭୟଙ୍କ ଦେଖା ହୋଇଥିଲା । ଯେଉଁଠି ପ୍ରମୋଦିନୀଙ୍କ ସହ ସରୋଜଙ୍କ ବନ୍ଧୁତା ଆରମ୍ଭ ହୋଇଥିଲା । ଏହାର ୪ବର୍ଷ ପରେ ପ୍ରେମୀଯୁଗଳ ଏବେ ଜୀବନସାଥୀ ହେବାକୁ ଯାଉଛନ୍ତି । ଆଉ ଏମାନଙ୍କ ପ୍ରେମ କାହାଣୀର ସାକ୍ଷୀ ପାଲଟିବ ପ୍ରେମ ଦିବସ ।