ଥାନାରେ ଯୁବତୀଙ୍କୁ ଦୁର୍ବ୍ୟବହାର! ଅଭିଯୋଗ ରଖିଲାନି ପୋଲିସ!

136

କନକ ବ୍ୟୁରୋ: ଦିଲ୍ଲୀର ଜଣେ ଯୁବତୀ ଏବେ ସୋସିଆଲ ମିଡିଆରେ ବଦନାମ । ଏହି ଯୁବତୀଙ୍କ ଆଧାର କାର୍ଡକୁ ଏସକର୍ଟ କାର୍ଡ କରି, ମୋବାଇଲରୁ ମୋବାଇଲକୁ ବୁଲାଉଛନ୍ତି ଦୁବୃର୍ତ । ଖାଲି ସେତିକି ନୁହେଁ ହ୍ୱାଟସଆପ୍ ମେସେଜରେ ଯୁବତୀଙ୍କ ନାମ ଓ ନମ୍ବର ଲେଖି ଅଶ୍ଳୀଳ ମେସେଜ ତାଙ୍କ ସମ୍ପର୍କୀୟଙ୍କ ପାଖକୁ ଜାଣିଶୁଣି ପଠାଉଛନ୍ତିି । ଆଉ ଯୁବତୀଙ୍କ ଅଭିଯୋଗ, ସେ ଦରମା ମାଗିଲେ ବୋଲି ତାଙ୍କୁ ଏମିତି ବଦନାମ ହେବାକୁ ପଡିଲା ।

ଯୁବତୀଙ୍କ ଅଭିଯୋଗ ଅନୁସାରେ ଏକ ଘରୋଇ କମ୍ପାନୀରେ ସେ ମ୍ୟାନେଜର ଭାବରେ କାମ କରୁଥିଲେ । ବକେୟା ଦରମା ଟଙ୍କା ପାଇବାକୁ ନେଇ ସଂସ୍ଥାର ମାଲିକ ଓ ଯୁବତୀଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା । ନ୍ୟାୟ ପାଇଁ ଚନ୍ଦ୍ରଶେଖରପୁର ଥାନାର ଦ୍ୱାରସ୍ଥ ହୋଇଥିଲେ । ହେଲେ, ପୋଲିସ ସମ୍ମୁଖରେ ଯୁବତୀଙ୍କ ଅଫର ଲେଟରକୁ ଚିରି ଦେଇଥିଲେ ସଂସ୍ଥାର ମାଲିକ । ଏପରିକି ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିବାକୁ ଯାଇଥିବାବେଳେ ତାଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିବା କହିଛନ୍ତି ଯୁବତୀ ।