ଆପ୍ ବିଧାୟକ ଆମନତୁଲ୍ଲାହ ଖାନଙ୍କ ସହଯୋଗୀ ଗିରଫ: ବିଧାୟକଙ୍କ ସମର୍ଥନରେ ବାହାରିଲା ଆପ୍

78

କନକ ବ୍ୟୁରୋ: ଘରେ ବେଆଇନ୍ ଅସ୍ତ୍ରଶସ୍ତ୍ର ଓ ନଗଦ ଟଙ୍କା ମିଳିବା ଘଟଣାରେ ଗିରଫ ହୋଇଛନ୍ତି ଦିଲ୍ଲୀ ଆମ୍ ଆଦମୀ ପାର୍ଟି ବିଧାୟକ ଆମନତୁଲ୍ଲାହ ଖାନ୍ । ଆଜି ତାଙ୍କ ଘନିଷ୍ଠ ସହଯୋଗୀ ତଥା ବିଜନେସ୍ ପାର୍ଟନର ହାମିଦଙ୍କୁ ମଧ୍ୟ ଗିରଫ କରିଛି ଦିଲ୍ଲୀ ପୋଲିସ । ଦିଲ୍ଲୀ ପୋଲିସର ଦୁର୍ନୀତି ନିବାରଣ ଶାଖା ଏସିବି ଆର୍ମ୍ସ ଆକ୍ଟରେ ହମିଦଙ୍କ ଗିରଫ କରିଛି । ଶୁକ୍ରବାର ଏସିବି ଚଢାଉ କରି ହମିଦଙ୍କ ଘରୁ ବନ୍ଧୁକ ସହ ଅଫୁଟା ଗୁଳି ଓ ନଗଦ ୧୨ ଲକ୍ଷ ଟଙ୍କା ଜବତ କରିଥିଲା । ସେପଟେ ଏହା ଏକ ଭିତିହୀନ ମାମଲା ବୋଲି ଶାସକ ଦଳ କହିଛି । ଆଉ ଗିରଫ ନେତା ଅମାନତୁଲ୍ଲାହଙ୍କ ସମର୍ଥନରେ ବାହାରିଛି । ରେଡ୍ ବେଳେ ତାଙ୍କ ଘରୁ କୌଣସି ଆପତିଜନକ ଜିନିଷ ବାହାରିନାହିଁ ବୋଲି ଆପ୍ ଦାବି କରିିଛି । କେବଳ ଦଳକୁ ବଦନାମ୍ କରିବାକୁ ଏକ ନୂଆ ଷଡଯନ୍ତ୍ର ବୋଲି ଅଭିଯୋଗ କରିଛି ଆପ୍ ।