କଂଗ୍ରେସ ନେତାଙ୍କ ମୁହଁରେ ମୋଦିଙ୍କ ପ୍ରଶଂସା : ସବୁବେଳେ ମୋଦିଙ୍କୁ ରାକ୍ଷସ ସହ ତୁଳନା ଠିକ୍ ନୁହେଁ ବୋଲି କହିଲେ ଅଭିଷେକ ମନୁସିଙ୍ଗଭି ଓ ଥରୁର

635

କନକ ବ୍ୟୁରୋ : କଂଗ୍ରେସ ଦିଗଜ ନେତାଙ୍କ ମୁହଁରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା । ଏବେ ଦେଶରେ ରାଜନୈତିକ ସ୍ଥିତି କିଛି ଏମିତି ହୋଇଛି । ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସବୁବେଳେ ରାକ୍ଷସ ପରି ତୁଳନା କରିବା ଠିକ୍ ନୁହଁ ବୋଲି କହି ଦଳକୁ ସଚେତନ କରାଇ ଦେଇଥିଲେ ଜୟରାମ । ଏବେ ପାର୍ଟି ଲାଇନରୁ ଉପରକୁ ଉଠି ଜୟରାମ ରମେଶଙ୍କ କଥାରେ ସମର୍ଥନ ଜଣାଇଛନ୍ତି ଅଭିଷେକ ମନୁ ସିଙ୍ଗଭି ଓ ଶଶୀ ଥରୁର ।

ପୂର୍ବରୁ ଜୟରାମ କହିଥିଲେ ସବୁବେଳେ ମୋଦିଙ୍କୁ ରାକ୍ଷସ ପରି ତୁଳନା କରିବା ଠିକ ନୁହଁ । ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାମକୁ ଚିହ୍ନିବାର ବେଳ ଆସିଛି । ୨୦୧୪ ରୁ ୨୦୧୯ ମଧ୍ୟରେ ମୋଦି କଣ କରିଛନ୍ତି, ଯାହା ଫଳରେ ସେ ୩୦ ପ୍ରତିଶତ ଅଧିକ ଭୋଟ୍ ପାଇ କ୍ଷମତାକୁ ଆସିଲେ, ତାକୁ ଜାଣିବାକୁ ପଡିବ ।

ଗତ ଗୁରୁବାର ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ମୋଦିଙ୍କ କାମକୁ ତାରିଫ୍ କରିଥିଲେ ଜୟରାମ । ସବୁବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାକ୍ଷସ ପରି ତୁଳନା କରିବା ଠିକ୍ ନୁହଁ ବୋଲି ଦଳକୁ ଚେତାଇ ଦେଇଛନ୍ତି । ଏବେ ଜୟରାମ ରମେଶଙ୍କ ସହ ଏକମତ ହୋଇଛନ୍ତି ଅଭିଷେକ ମନୁ ସିଂଙ୍ଗଭି ଓ ଶଶୀ ଥରୁର । ଟୁଇଟ୍ କରି ସିଙ୍ଗଭି କହିଛନ୍ତି ସବୁବେଳେ କହିଆସିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ରାକ୍ଷସ ସହ ତୁଳନା କରିବା ଠିକ ନୁହଁ । ମନୁସିଙ୍ଗଭିଙ୍କ ପରି ଶଶୀ ଥରୁରଙ୍କ ମୁହଁରେ ଆସିଛି ମୋଦିଙ୍କ ପ୍ରଶଂସା । ଥରୁର କହିଛନ୍ତି ଗତ ୬ ବର୍ଷ ଧରି ମୁଁ କହି ଆସୁଛି ଯେତେବେଳେ ମୋଦି ଭଲ କାମ କରୁଛନ୍ତି ତାଙ୍କୁ ପ୍ରଶଂସା କରାଯିବ ଦରକାର ।