ଜାଗର ଯାତ୍ରା ବେଳେ ସରବତ ପିଇ ୭୦ରୁ ଅଧିକ ଅସୁସ୍ଥ ! ସାଲେପୁର ରାଇସୁଙ୍ଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି

37

କନକ ବ୍ୟୁରୋ : ସରବତ ପିଇ ୭୦ରୁ ଅଧିକ ଅସୁସ୍ଥ । ସାଲେପୁର ରାଇସୁଙ୍ଗୁଡାରେ ଜାଗର ଯାତ୍ରା ବେଳେ ସରବତ ପିଇ ୨୮ରୁ ଅଧିକ ଅସୁସ୍ଥ ହୋଇପଡିଛନ୍ତି । ଅସୁସ୍ଥଙ୍କୁ ସାଲେପୁର ରାଇସୁଙ୍ଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଝାଡାବାନ୍ତା ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ଅନ୍ୟପଟେ ବିଦେଶୀ ଯୁବକ ପାଳିଲେ ଜାଗର । ବିଚ୍ଛିନ୍ନାଂଚଳ ଚିତ୍ରକୋଣ୍ଡାର ନିଳକଣ୍ଠେଶ୍ୱର ମନ୍ଦିରରେ ଦୀପ ଜାଳି ଜାଗର ପାଳିଲେ ବିଦେଶୀ ପର୍ଯ୍ୟଟକ । ୟୁକେରୁ ଆସିଥିବା ଜଣେ ବିଦେଶୀ ପର୍ଯ୍ୟଟକ ନିଳକଣ୍ଠେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ପ୍ରସାଦ ସେବନ କରିଛନ୍ତି । ତେବେ ସବୁଠାରୁ ବଡ କଥା ହେଲା ଏଥିପାଇଁ ପର୍ଯ୍ୟଟକଙ୍କୁ କେହି କିଛି ବାରଣ କରିନଥିଲେ । ଭାରତୀୟ ସଂସ୍କୃତିକୁ ସେ ଭଲ ପାଉଥିବାରୁ ପ୍ରତିବର୍ଷ ଶିବରାତ୍ରିରେ ସେ ଭାରତ ଆସନ୍ତି ବୋଲି କହିଛନ୍ତି ବିଦେଶୀ ପର୍ଯ୍ୟଟକ ।

ସୂଚନାଯୋଗ୍ୟ ମହାଶିବ ରାତ୍ରି ଅବସରରେ ଭୁବନେଶ୍ୱର ସ୍ଥିତ ଶ୍ରୀଲିଙ୍ଗରାଜ ମନ୍ଦିରରେ ପାଳିତ ହୋଇଛି ଏହି ପବିତ୍ର ଉତ୍ସବ । ଲକ୍ଷାଧିକ ଭକ୍ତଙ୍କ ସମାଗମ ଭିତରେ ରାତି ସାଢେ ୧୨ଟାରେ ଉଠିଥିଲା ମହାଦୀପ । ଶିବ ପଂଚାକ୍ଷରୀ ମନ୍ତ୍ରର ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସାରା ଅଂଚଳ । ନିର୍ଦ୍ଧାରିତ ସମୟର ପ୍ରାୟ ଅଢେଇ ଘଂଟା ବିଳମ୍ବରେ ଉଠିଥିଲା ଏହି ମହାଦୀପ । ଏହା ସହ ଭକ୍ତ ଶେଷ କରିଥିଲେ ନିଜର ଜାଗର ଉପବାସ । ବ୍ରହ୍ମେଶ୍ୱର ମନ୍ଦିରରେ ଭଜନ ସମ୍ରାଟ ଅନୁପ ଜଲୋଟାଙ୍କ ଭଜନ ପରିବେଷଣ ଭକ୍ତଙ୍କ ମନମୋହିଥିଲା ।