ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଚିହ୍ନଟ ହେଲେ ୬୯ ନୂଆ କରୋନା ପଜିଟିଭ୍ । ୩ଲକ୍ଷ ୩୬ହଜାର ୭୦୫ରେ ପହଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ।

234

କନକ ବ୍ୟୁରୋ : ରାଜ୍ୟରେ ପୁଣି ୬୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୧ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୨୮ ଜଣ ସ୍ଥାନୀୟ ସଂକ୍ରମିତ । ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୭୦୫ରେ ପହଞ୍ଚିିଛି । ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୪ ହଜାର ୧୦୭ ଜଣ ଓ ଏବେ ବି ସକ୍ରିୟ ଅଛନ୍ତି ୬୩୧ ଜଣ ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୨ ଜଣ, ବରଗଡ଼ରୁ ୬ ଜଣ, ବଲାଙ୍ଗୀରରୁ ଜଣେ, ବୌଦ୍ଧରୁ ଜଣେ, କଟକରୁ ୨ ଜଣ, ଦେଓଗଡ଼ରୁ ୪ ଜଣ, ଗଜପତିରୁ ଜଣେ, ଯାଜପୁରରୁ ୪ ଜଣ, ଝାରସୁଗୁଡ଼ାରୁ ୬ ଜଣ, କଳାହାଣ୍ଡିରୁ ଜଣେ, ଖୋର୍ଦ୍ଧାରୁ ୩ ଜଣ, ନୂଆପଡ଼ାରୁ ୫ ଜଣ, ପୁରୀରୁ ୨ ଜଣ, ରାୟଗଡ଼ାରୁ ୨ ଜଣ, ସମ୍ବଲପୁରରୁ ୧୨ ଜଣ, ସୋନପୁରରୁ ୩ ଜଣ, ସୁନ୍ଦରଗଡ଼ରୁ ୧୧ ଜଣ ଓ ଷ୍ଟେଟ୍‌ପୁଲ୍‌ରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।