ଲଜ୍ଜା ଲଜ୍ଜା ଲଜ୍ଜା ! ଘରକୁ ପାଣି ପିଇବାକୁ ଆସିଥିଲେ ୬ ଜଣ ଲୋକ ପ୍ରଥମେ ବାପାକୁ ଗଛରେ ବାନ୍ଧିଲେ , ପରେ ବାପା ଆଗରେ ୬ ଜଣ ଦୁର୍ବୃତ ମିଶି ଝିଅକୁ କଲେ ଗଣଦୁଷ୍କର୍ମ ।

1,278

ବିହାରର କିଶନଗଞ୍ଜ ନାମକ ଏକ ଗାଁରେ ୬ ଜଣ ଅସାମାଜିକ ଲୋକ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମର୍ କରିଛନ୍ତି । ମଙ୍ଗଳବାର ରାତ୍ରିରେ ହୋଇଥିବା ଏହି ଅଭାବନୀୟ ଘଟଣାରେ ଏହି ୬ ଜଣ ଅଭିଯୁକ୍ତ ପ୍ରଥମେ ଯୁବତୀଙ୍କ ଘରକୁ ଯାଇଥିଲେ । ସେଠାରେ ଯୁବତୀଙ୍କ କବାଟ ବାଡେଇ ପାଣି ପିଇବା ବାହାନାରେ ଘର ଭିତରକୁ ପଶି ଆସିଥିଲେ । ଘରେ ଯୁବତୀ ଏବଂ ତାଙ୍କ ପିତା ରହୁଥିବାରୁ ସେମାନେ ପ୍ରଥମେ ଦୁହିଁଙ୍କୁ ଘରଠାରୁ ୫୦୦ କି.ମି. ଦୂର ନିଛାଟିଆ ସ୍ଥାନକୁ ନେଇ ପ୍ରଥମେ ପିତାକୁ ଏକ ଗଛରେ ବାନ୍ଧି ଦେଇଥିଲେ । ଏହାପରେ ଜଣେ ପରେ ଜଣେ ଯୁବତୀଙ୍କୁ ବାପାଙ୍କ ଆଗରେ ହିଁ ଗଣଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ କରିସାରିବା ପରେ ପୀଡିତା ଏବଂ ବାପାଙ୍କୁ କାହାରିକୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ଦେଇ ସେଠାରୁ ଚାଲି ଯାଇଥିଲେ ।

ପୀଡିତାଙ୍କୁ କିଶନଗଞ୍ଜ ମେଡିକାଲ୍ କଲେଜକୁ ପଠାଗଲା । ବର୍ତ୍ତମାନ ପର୍ଯ୍ୟନ୍ତ ପୀଡିତାଙ୍କ ଚିକିତ୍ସା ଜାରୀ ରହିଛି । କିଶନଗଞ୍ଜ ଏସଏସପି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଖୋଳତାଡ ଆରମ୍ଭ କରିଛନ୍ତି । ଏ ପର୍ଯ୍ୟନ୍ତ କୌଣସି ଅଭିଯୁକ୍ତ ଧରା ପଡିନଥିବା ବେଳେ ପୋଲିସ୍ ଖୋଜାଖୋଜି ଜାରୀ ରଖିଛି । ଅଭିଯୁକ୍ତଙ୍କ ମଧ୍ୟରେ ସେହି ଗ୍ରାମର ଫେଜ୍ ଆଲମ୍ ,ଅବଦୁଲ୍ ମନ୍ନାନ ,କାଲୁ , ମୋ.କାସିମ୍ ,ମୋ. ତକସିର ଏବଂ ଅସାଂର ରହିଛନ୍ତି ।