ବାରମ୍ବାର ଆଖିପତା ପକାଇବା ପଛରେ ରହିଛି ଏହି ରହସ୍ୟ ! କ’ଣ ଜାଣିଛନ୍ତି କି ?

64

ଆପଣ ଦିନସାରା କେତେଥର ଆଖିପତା ପକାନ୍ତି ତାହାର ଗଣତି କେବେ କରିଛନ୍ତି କି? ଆପଣ କହିବେ ଏଥିରେ ଗଣତି କରିବାର କ’ଣ ଅଛି ଏହା ତ ପ୍ରକୃତି ପ୍ରଦତ୍ତ ଯାହା ଆପେ ଆପେ ହୋଇଥାଏ । ତେବେ ଆମେ ଯଦି କହିବୁ ଯେ ଏହା ପଛରେ ରହିଛି ଏକ ରହସ୍ୟ ତେବେ କ’ଣ ଆପଣ ମାନିବେ । ଏହି ପ୍ରଶ୍ନ ଉପରେ ଆପଣ ହସି ପାରନ୍ତି କିନ୍ତୁ ଏହା ପଛରେ ରହିଛି ଏକ ରହସ୍ୟ । ତେବେ ଆଜି ଆମେ ଆପଣଙ୍କୁ ଏହି ରହସ୍ୟ ବିଷୟରେ ଅବଗତ କରାଇବାକୁ ଯାଉଛୁ ।

ଆପଣଙ୍କୁ କହିରଖୁଛୁ ଯେ ପ୍ରତିଦିନ ଏବଂ ପ୍ରତି ୧୦ ସେକେଣ୍ଡରେ ଆମେ ଆଖିପତାକୁ ପକାଇଥାଉ । ପ୍ରତ୍ୟେକ ବ୍ୟକ୍ତି ଏକ ମିନିଟରେ ପ୍ରାୟ ୨୦ ରୁ ୨୫ ଥର ଆଖିପତା ପକାଇଥାନ୍ତି । ଆମ ଦୁଇ ଆଖି କୋଣରେ ଅଶ୍ରୁଗ୍ରନ୍ଥି ରହିଅଛି । ଏହି ଅଶ୍ରୁଗ୍ରନ୍ଥି ସବୁବେଳେ ଅଶ୍ରୁ ସୃଷ୍ଟି କରିଥାଏ । ଏହି ଅଶ୍ରୁକୁ ଆଖିର ଚାରିଆଡେ ବିସ୍ତାର କରିବା ପାଇଁ ଆମେ ବାରମ୍ବାର ଆଖିପତାକୁ ପକାଇଥାଉ । ଯଦି ଆଖିପତାକୁ ନ ପକାଇ କିଛି ସମୟ ରହିଯିବେ ତେବେ ଆପଣଙ୍କ ଆଖି ସମ୍ପୁର୍ଣ୍ଣ ଭାବେ ପାଣିରେ ଘେରିଯିବ ଏବଂ ଆଖିରୁ ଲୁହ ବାହାରି ଆସିବ । ଏହି କାରଣରୁ ଆମ ଆଖିପତା ବାରମ୍ବାର ପକାଇଥାଉ ।