ଶ୍ରମିକକୁ ମାଟି ତଳେ ପୋତି ଦେଇଥିଲେ ,କୁକୁର ମଧ୍ୟ ହାତକୁ ଭିଡି କାମୁଡୁଥିଲା କିନ୍ତୁ ପୋଲିସ୍ ଯେତେବେଳେ ପହଞ୍ଚିଲା ଲୋକ ଅବାକ୍ ହୋଇ ରହିଗଲେ !
ଭୀଷଣ ଖରାରେ ଦିନସାରା ଖଟି ଖଟି ଶ୍ରମିକମାନେ ଯେଉଁଠି ଟିକିଏ ଛାଇ ପାଆନ୍ତି ସେଠାରେ ଗାମୁଛା ପାରି ଶୋଇଯାଆନ୍ତି । ଯାହା କରିଥିଲେ ଜବଲପୁରର ୨୪ ବର୍ଷୀୟ ଶ୍ରମିକ ବିଜୟ ବିଶ୍ୱକର୍ମା । ପ୍ରତିଦିନ ଭଳି ରବିବାର ଦିନ ମଧ୍ୟ ସେ ଜବଲପୁରର ନୋଦରାବ୍ରିଜ୍ ନଗର ନିଗମ ପାଖରେ ଥିବା ଗୋଟିଏ ଖାଲି ପଡିଆରେ ଶୋଇଥିଲେ । କିନ୍ତୁ ଏଭଳି ପଡିଆରେ ଶୋଇବା ତାଙ୍କ ପାଇଁ ବିପଦ ଆଣିଦେଇଥିଲା । ଏହି ଖାଲି ପଡିଆରେ କିଛି ଦିନରୁ ଡମ୍ପରରେ ରାତି ସମୟରେ ମାଟି ପକାଯାଏ । ଉକ୍ତ ଦିନ ମଧ୍ୟ ସେଠାରେ ଡମ୍ପର ସାହାଯ୍ୟରେ ମାଟି ପଡୁଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ଡମ୍ପର ବିଜୟଙ୍କୁ ଦେଖି ନ ପାରି ତାଙ୍କ ଉପରେ ମାଟି ପକାଇ ଦେଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ରାତିତମାମ ମାଟି ତଳେ ଦବି ରହି ସକାଳୁ ଯେତେବେଳେ କୁକୁର ତାଙ୍କର ହାତ ବାହାରି ଆସିଥିବା ଦେଖି ତାଙ୍କୁ କାମୁଡିବାକୁ ଲାଗିଥିଲେ । ସେତେବେଳେ ବାଟରେ ଯାଉଥିବା ଲୋକ ଏଭଳି ଏକ ଅଜଣା ହାତ ଦେଖି ପୋଲିସକୁ ଫୋନ୍ କରି ଜଣାଇଥିଲେ । ପୋଲିସ୍ ଉକ୍ତ ସ୍ଥାନରେ ପହଞ୍ଚି ଶ୍ରମିକଙ୍କ ସାହାଯ୍ୟରେ ସ୍ଥାପକୁ ଖୋଳିବା ପରେ ଅସଲ ସତ ବାହାରକୁ ଆସିଥିଲା । ବିଜୟଙ୍କ ଶ୍ୱାସକ୍ରିୟା ଚାଲୁଥିବା ଦେଖି ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଗଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି ।