Daily Archives

January 30, 2024

ପାକିସ୍ତାନ ନିର୍ବାଚନ ପୂର୍ବରୁ ଇମ୍ରାନ ଖାନଙ୍କୁ ବଡ ଝଟକା । ସାଇଫର ମାମଲାରେ ୧୦ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ…

କନକ ବ୍ୟୁରୋ: ପାକିସ୍ତାନ ନିର୍ବାଚନ ପୂର୍ବରୁ ଇମ୍ରାନ ଖାନଙ୍କୁ ବଡ ଝଟକା । ପୂର୍ବତନ ପ୍ରଧାନମନ୍ତ୍ରୀ ସାଇଫର ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ୧୦ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏଥିସହ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କୁରେସୀ ମଧ୍ୟ ଦୋଷୀ ସାବ୍ୟସ୍ତ…

ଆରବସାଗରରେ ଦମ ଦେଖାଇଲା ଭାରତୀୟ ସେନା । ଜଳଦସ୍ୟୁଙ୍କଠୁ ଉଦ୍ଧାର ପାଇଲେ ୧୯ ପାକିସ୍ତାନୀ ନାଗରିକ ।

କନକ ବ୍ୟୁରୋ: ଆରବସାଗରରେ ପୁଣି ଦମ ଦେଖାଇଛି ଭାରତୀୟ ସେନା । ୨୪ ଘଣ୍ଟା ମଧ୍ୟରେ ଜଳଦସ୍ୟୁଙ୍କ କବଳରୁ ଉଦ୍ଧାର କଲା ଦୁଇଟି ଜାହାଜ । ଗଭୀର ସମୁଦ୍ର ରାଶିରେ ଶକ୍ତି ପ୍ରଦର୍ଶନ କରିଛି ଆଇଏନଏସ ସୁମିତ୍ରା । କେରଳ କୋଚି ଉପକୂଳର ୮୫୦ ମାଇଲ ଦୂର ଆରବ ସାଗରରେ ଘଟିଛି ଏହି ଘଟଣା । ଜଳଦସ୍ୟୁମାନେ…

ବିହାରରେ ବଦଳିଳା ମେଣ୍ଟ, ଯାଦବ ପରିବାର ଉପରେ ପଡ଼ିଲା ଚଡ଼କ । ଚାକିରି ପାଇଁ ଦୁର୍ନୀତି ମାମଲାରେ ପୂର୍ବତନ ଉପ…

କନକ ବ୍ୟୁରୋ: ବିହାରରେ ପୁରୁଣା ମେଣ୍ଟ ପତନ ହୋଇଛି । ନୀତୀଶଙ୍କ ନୂଆ ମେଣ୍ଟର ନୂଆ ସରକାରକୁ ଦିନେ ନପୁରୁଣୁ ଆକ୍ସନ ମୋଡକୁ ଆସିଛି ଇଡି । ଦୁର୍ନୀତି ଅଭିଯୋଗ ଥିବା ନେତାଙ୍କ ବିରୋଧରେ ଇଡିର କରିଛି କାର୍ଯ୍ୟାନୁଷ୍ଠାନ । ତଦନ୍ତକାରୀ ସଂସ୍ଥାର ରାଡାରରେ ରହିଛି ଯାଦବ ପରିବାର । ଚାକିରୀ ପାଇଁ…

୪୦ ଘଣ୍ଟା ଲୁଚକାଳି ପରେ ରାଞ୍ଚି ଫେରିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଠିକଣାରୁ ନଗଦ…

କନକ ବ୍ୟୁରୋ: ୪୦ ଘଣ୍ଟାର ଲୁଚକାଳି ପରେ ରାଞ୍ଚି ଫେରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ଫେରିବା ପରେ ଆକ୍ଟିଭ ମୋଡକୁ ଆସିଛନ୍ତି ହେମନ୍ତ ସୋରେନ୍ । ନିଜ ବାସଭବନରେ ସବୁ ବିଧାୟକ ଏବଂ ବରିଷ୍ଠ ନେତାଙ୍କ ସହ ସାକ୍ଷାତ କରିଛନ୍ତି । ଏହି ବୈଠକରେ ଜେଏମଏମ୍, କଂଗ୍ରେସ ସମେତ…

୨ବର୍ଷ ସରକାରୀ ଚାକିରି, ନହେଲେ ୨ଗୁଣ ଜରିମାନା । ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ କଡ଼ାକଡ଼ି ହେଲା ବଣ୍ଡ୍ ନିୟମ

କନକ ବ୍ୟୁରୋ: ସରକାରୀ ମେଡିକାଲ କଲେଜରେ ପଢୁଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ବଣ୍ଡ ନିୟମ କଡ଼ାକଡ଼ି ହୋଇଛି । ପାଠପଢା ସରିବା ପରେ ଡାକ୍ତରମାନଙ୍କୁ ୨ ବର୍ଷ ସରକାରୀ ହସ୍ପିଟାଲରେ କାମ କରିବାକୁ ପଡ଼ିବ । ନହେଲେ ପାଠପଢା ସମୟରେ ପାଇଥିବା ଷ୍ଟାଇପେଣ୍ଡ ବା ଦରମାର ଦୁଇ ଗୁଣ ଟଙ୍କା ଦେବାକୁ…

ଛତିଶଗଡ଼ରେ ବଡ଼ ଧରଣର ମାଓ ଆକ୍ରମଣ । ୩ ଯବାନ ସହିଦ, ୧୪ ଜଣ ଆହତ

କନକ ବ୍ୟୁରୋ: ଛତିଶଗଡ଼ରେ ବଡ଼ ଧରଣର ମାଓ ଆକ୍ରମଣ । ସୁକମା-ବିଜାପୁର ଜିଲ୍ଲା ସୀମାରେ ଥିବା ଟେକଲଗୁଡେମ୍ ଗାଁ ନିକଟରେ ଗୁଳିବିନିମୟ ଘଟିଛି । ଏହି ଘଟଣାରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ୧୪ ଜଣ ଯବାନ ଆହତ ହୋଇଛନ୍ତି । ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ରାୟପୁରକୁ ଏୟାରଲିଫ୍ଟ କରାଯାଇଛି ।…