୨ବର୍ଷ ସରକାରୀ ଚାକିରି, ନହେଲେ ୨ଗୁଣ ଜରିମାନା । ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ କଡ଼ାକଡ଼ି ହେଲା ବଣ୍ଡ୍ ନିୟମ

497

କନକ ବ୍ୟୁରୋ: ସରକାରୀ ମେଡିକାଲ କଲେଜରେ ପଢୁଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ବଣ୍ଡ ନିୟମ କଡ଼ାକଡ଼ି ହୋଇଛି । ପାଠପଢା ସରିବା ପରେ ଡାକ୍ତରମାନଙ୍କୁ ୨ ବର୍ଷ ସରକାରୀ ହସ୍ପିଟାଲରେ କାମ କରିବାକୁ ପଡ଼ିବ । ନହେଲେ ପାଠପଢା ସମୟରେ ପାଇଥିବା ଷ୍ଟାଇପେଣ୍ଡ ବା ଦରମାର ଦୁଇ ଗୁଣ ଟଙ୍କା ଦେବାକୁ ପଡ଼ିବ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏପରି ନିର୍ଦ୍ଦେଶନାମା ଜାରି କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଅନୁସାରେ ରାଜ୍ୟର ସରକାରୀ ମେଡିକାଲ କଲେଜ ବା ସର୍ବଭାରତୀୟ ସ୍ତରରେ କୋଟାରେ…

  • ଏମବିବିଏସ୍ ବା ବିଡିଏସ୍ ପଢ଼ିବାକୁ ହେଲେ ନୂଆ ବଣ୍ଡ୍ ଦାଖଲ କରିବାକୁ ପଡ଼ିବ
  • ବଣ୍ଡ୍ ଅନୁସାରେ ୨ ବର୍ଷ ସରକାରୀ ହସ୍ପିଟାଲରେ କାର୍ଯ୍ୟ କରିବାକୁ ହେବ
  • ବଣ୍ଡ ଦାଖଲ ନକଲେ ନାଁ ଲେଖାଯାଇପାରିବ ନାହିଁ

ତେବେ ପାଠ ସରିବା ପରେ ଯଦି ସରକାର ନିଯୁକ୍ତି ନ ଦିଅନ୍ତି, ତେବେ କ’ଣ ହେବ ବୋଲି ପ୍ରଶ୍ନ କରିଛି ଡାକ୍ତରୀ ଛାତ୍ର? ତେବେ ନିୟମକୁ କଡ଼ାକଡ଼ି କରିବା ପୂର୍ବର ଡାକ୍ତରୀ ଛାତ୍ରସଂଘ ସହ ଆଲୋଚନା କରିବାର ଥିଲା ବୋଲି କହିଛନ୍ତି ଡାକ୍ତରୀ ଛାତ୍ର । ସେହିପରି ବଣ୍ଡ୍ ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ସ୍ୱାଧୀନତା ପ୍ରତି କୁଠାରଘାତ କରାଯାଉଛି ବୋଲି ଅଭିଯୋଗ ଉଠିଛି ।

ଡିଏମଇଟିଙ୍କ ଠାରୁ ବଣ୍ଡ ସମ୍ପର୍କରେ କୌଣସି ସୂଚନା ନପାଇବା ପର୍ଯ୍ୟନ୍ତ ରାଜ୍ୟ ମେଡିକାଲ ପରିଷଦ ଏନଓସି ଦେଇପାରିବ ନାହିଁ । ଯଦି ପାଠପଢାର ୬ ମାସ ଭିତରେ ସରକାର ଚାକିରି ଦେବାରେ ବିଫଳ ହେବେ ତେବେ ବଣ୍ଡ ସର୍ତାବଳୀ ରଦ୍ଦ ହେବ ବୋଲି ସୂଚନା ଦିଆଯାଇଛି ।