Daily Archives

January 14, 2023

ଚିଲିକାରେ ପ୍ରଶାନ୍ତ ବନାମ ରଘୁ: ଦୁଇ ନେତାଙ୍କ କଳିରେ କାହାକୁ ଫାଇଦା? ୨୪’ ନିର୍ବାଚନରେ କ’ଣ ପଡିବ ପ୍ରଭାବ

କନକ ବ୍ୟୁରୋ: ବାଣପୁରରେ ଗାଡି ଚଢ଼ାଇ ବିବାଦରେ ଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଏବେ ପୁଣି ଚର୍ଚ୍ଚାରେ । ମକର ସଂକ୍ରାନ୍ତିରେ ମନ୍ଦିର ମନ୍ଦିର ବୁଲିବା ସହ ନିଜ ଦଳର ନେତାଙ୍କୁ ମାରିଛନ୍ତି ତେରେଛା ବାଣ । ଚିଲିକାର ପୂର୍ବତନ ବିଧାୟକ ରଘୁ ସାହୁଙ୍କୁ ବି ସିଧାସଳଖ ଟାର୍ଗେଟ କରିଛନ୍ତି ।…

ପ୍ରୋଟିନ ପାଉଡର ଖାଉଥିଲେ ସାବଧାନ! ଭାରତରେ ବିକ୍ରି ହେଉଥିବା ୧୫% ପ୍ରୋଟିନ ପାଉଡର ଅସୁରକ୍ଷିତ

କନକ ବ୍ୟୁରୋ: ଭାରତରେ ବିକ୍ରି ହେଉଥିବା ପ୍ରୋଟିନ ପାଉଡର କେତେ ସୁରକ୍ଷିତ ତାକୁ ନେଇ ଏକ ଚିନ୍ତାଜନକ ରିପୋର୍ଟ ସାମ୍ନାକୁ ଆସିଛି । ଫୁଡ ସେଫଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ଭାରତରେ ମିଳୁଥିବା ପ୍ରୋଟିନ ପାଉଡରର ନମୂନାକୁ ପରୀ କ୍ଷା କରାଯାଇଥିଲା । ଯେଉଁଥିରୁ ଜଣା ପଡିଛି,…

ଗମାଙ୍ଗ ଛାଡିବେ ବିଜେପି? କେସିଆରଙ୍କ ସହ ଭେଟଘାଟ

କନକ ବ୍ୟୁରୋ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ । ଏହାପରେ ରାଜ୍ୟର ଏହି ଆଦିବାସୀ ନେତା ଭାରତୀୟ ଜନତା ପାର୍ଟି ଛାଡି ଭାରତ ରାଷ୍ଟ୍ର ସମିତିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଆରମ୍ଭ…

ମକର ସଂକ୍ରାନ୍ତିକୁ ନେଇ ସାରା ଦେଶ ଉତ୍ସବ ମୁଖର, ଗୁଡି ଉଡା ପର୍ବରେ ସାମିଲ ହେଲେ କେନ୍ଦ୍ର ଗୃହମନ୍ତ୍ରୀ

କନକ ବ୍ୟୁରୋ : ପବିତ୍ର ମକର ସଂକ୍ରାନ୍ତି ପାଇଁ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇଛନ୍ତି । ବିଭିନ୍ନ ସ୍ଥାନରେ ମକର ସଂକ୍ରାନ୍ତିକୁ ଭିନ୍ନ ଭିନ୍ନ ଉପାୟରେ ପାଳିବା ସହ ପରମ୍ପରା ଅନୁଯାୟୀ ଗୁଡ଼ି ମଧ୍ୟ ଉଡ଼ାଇଛନ୍ତି । ପବିତ୍ର ମକର ସଂକ୍ରାନ୍ତି ଅବସରରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ…

ବାତ୍ୟା ଓ ବର୍ଷା ଯୋଗୁଁ ବେହାଲ କାଲିଫର୍ଣ୍ଣିଆ । ଗଲାଣି ୧୯ଜଣଙ୍କ ଜୀବନ, ୨୪ହଜାର ଲୋକଙ୍କୁ ସ୍ଥାନାନ୍ତର

କନକ ବ୍ୟୁରୋ : ସବୁକିଛି ପାଣିରେ ବୁଡ଼ି ରହିଛି । ଘରବାଡ଼ି ଠାରୁ ଆରମ୍ଭ କରି ଗାଡ଼ିସବୁ ବୁଡ଼ି ରହିଛି ପାଣିରେ । ଯୁଆଡ଼େ ଚାହିଁବ ଖାଲି ପାଣି ଆଉ ପାଣି । ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଆମେରିକାର କାର୍ଲିଫର୍ଣ୍ଣିଆ ଠାରେ ପ୍ରକୃତିର ତାଣ୍ଡବ ରୂପ ଦେଖିବାକୁ ମିଳିଛି । ବନ୍ୟା, ତୁଷାରପାତ,…

ପୈତୃକ ସମ୍ପତି ଉପରେ ଝିଅର ଅଧିକାର ପ୍ରସଙ୍ଗକୁ ନେଇ ଗୁଜରାଟ ହାଇକୋର୍ଟଙ୍କ ବଡ ଟିପ୍ପଣୀ । କୋର୍ଟ କହିଲେ ବିବାହ ପରେ ଯେ…

କନକ ବ୍ୟୁରୋ : ସମାଜକୁ ପରାମର୍ଶ ଦେଲେ ଗୁଜରାଟ ହାଇକୋର୍ଟ । କୋର୍ଟ କହିଲେ ବଦଳାଅ ସଂକୀର୍ଣ୍ଣ ମାନସିକତା । ବାହାଘର ପରେ ପୈତୃକ ସମ୍ପତି ଉପରେ ଝିଅର ଅଧିକାର ନାହିଁ । ଏକଥା ଭାବିବା ବା ଏଭଳି ମାନସିକତା ରଖିବା ଅନୁଚିତ ବୋଲି କୋର୍ଟ କହିଛନ୍ତି । ଏହା ଏକ ସଂକୀର୍ଣ୍ଣ ମାନସିକତା ଓ ଏହାକୁ…