ପୈତୃକ ସମ୍ପତି ଉପରେ ଝିଅର ଅଧିକାର ପ୍ରସଙ୍ଗକୁ ନେଇ ଗୁଜରାଟ ହାଇକୋର୍ଟଙ୍କ ବଡ ଟିପ୍ପଣୀ । କୋର୍ଟ କହିଲେ ବିବାହ ପରେ ଯେ ପୈତୃକ ସମ୍ପତି ଉପରେ ଝିଅର ଅଧିକାର ନାହିଁ ଏକଥା ଭାବିବା ଅନୁଚିତ

184

କନକ ବ୍ୟୁରୋ : ସମାଜକୁ ପରାମର୍ଶ ଦେଲେ ଗୁଜରାଟ ହାଇକୋର୍ଟ । କୋର୍ଟ କହିଲେ ବଦଳାଅ ସଂକୀର୍ଣ୍ଣ ମାନସିକତା । ବାହାଘର ପରେ ପୈତୃକ ସମ୍ପତି ଉପରେ ଝିଅର ଅଧିକାର ନାହିଁ । ଏକଥା ଭାବିବା ବା ଏଭଳି ମାନସିକତା ରଖିବା ଅନୁଚିତ ବୋଲି କୋର୍ଟ କହିଛନ୍ତି । ଏହା ଏକ ସଂକୀର୍ଣ୍ଣ ମାନସିକତା ଓ ଏହାକୁ ବଦଳାଇବାର ଆବଶ୍ୟକତା ବୋଲି କହିଛନ୍ତି ଗୁଜରାଟ ହାଇକୋର୍ଟ । ବାହାଘର ପରେ ଯେପରି ଗୋଟେ ପୁଅ ଗୁରୁତ୍ୱ କମ କି ବେଶୀ ହୁଏନି ଠିକ ସେହିଭଳି ଝିଅର ମଧ୍ୟ ହୁଏନି । ତେଣୁ ବାହାଘର ପରେ ପୈତୃକସମ୍ପତି ଉପରେ ଯଦି ପୁଅ ଅଧିକାର ରହୁଛି ଠିକ ସେହିଭଳି ଝିଅର ମଧ୍ୟ ରହିଛି । ବିବାହ ପରେ ପୈତୃକ ସମ୍ପତି ଉପରେ ଝିଅର ଅଧିକାର ଅଛି ନା ନାହିଁ ଏହା ବିଚାର କରିବା ଅନୁଚିତ । ହାଇକୋର୍ଟ ଏକଥା ମଧ୍ୟ କହିଛନ୍ତି ଜଣେ ଝିଅର ବିବାହ ସ୍ଥିର କରିବନି ଯେ ପୈତୃକ ସମ୍ପତି ଉପରେ ଅଧିକାର ରହିଛି ନା ନାହିଁ । ଏଥିସହ ବାପା ଘରେ ତାର ପରିଚୟ ମଧ୍ୟ ବଦଳିନଥାଏ ବଂର ପୂର୍ବ ପରି ବଳବତର ରୁହେ । ତେଣୁ ବାହାଘର ପରେ ବାପାଙ୍କ ସମ୍ପତି ଉପରେ ଝିଅ ଅଧିକାର ନାହିଁ ଏଭଳି ମାନସିକତା ବଦଳାଇବା ଉଚିତ ।