ମକର ସଂକ୍ରାନ୍ତିକୁ ନେଇ ସାରା ଦେଶ ଉତ୍ସବ ମୁଖର, ଗୁଡି ଉଡା ପର୍ବରେ ସାମିଲ ହେଲେ କେନ୍ଦ୍ର ଗୃହମନ୍ତ୍ରୀ

56

କନକ ବ୍ୟୁରୋ : ପବିତ୍ର ମକର ସଂକ୍ରାନ୍ତି ପାଇଁ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇଛନ୍ତି । ବିଭିନ୍ନ ସ୍ଥାନରେ ମକର ସଂକ୍ରାନ୍ତିକୁ ଭିନ୍ନ ଭିନ୍ନ ଉପାୟରେ ପାଳିବା ସହ ପରମ୍ପରା ଅନୁଯାୟୀ ଗୁଡ଼ି ମଧ୍ୟ ଉଡ଼ାଇଛନ୍ତି । ପବିତ୍ର ମକର ସଂକ୍ରାନ୍ତି ଅବସରରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହା ଅହମଦାବାଦରେ ଜଗନ୍ନାଥ ମନ୍ଦିର ଦର୍ଶନ କରିଛନ୍ତି । ପରେ ଭେଜାଲପୁରଠାରେ ଗୁଡ଼ି ଉଡ଼ା ପର୍ବରେ ସାମିଲ ହୋଇ ଲୋକମାନଙ୍କ ସହ ମିଶି ଗୁଡ଼ି ଉଡ଼ାଇଛନ୍ତି । ସେହିପରି ଏହି ଗୁଡ଼ି ଉଡ଼ା ପର୍ବରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ପଟେଲ ମଧ୍ୟ ସାମିଲ ହୋଇଛନ୍ତି । ଅନ୍ୟପଟେ ଗୁଜୁରାଟର ସୁରଟରେ ମଧ୍ୟ ଏହି ଗୁଡ଼ି ଉଡ଼ା ପର୍ବ ଖୁବ ଧୁମଧାମରେ ପାଳିତ ହେଉଛି । ସ୍ଥାନୀୟ ଲୋକମାନେ ଛାତରେ ଏକାଠି ହୋଇ ଗୁଡ଼ି ଉଡ଼ାଉଛନ୍ତି । ସାଂସଦ ପୁର୍ନେଶ୍ୱର ମୋଦି ଏଥିରେ ଯୋଗ ଦେଇ ଲୋକଙ୍କ ସହ ଗୁଡ଼ି ଉଡ଼ାଇଛନ୍ତି ।