ପ୍ରୋଟିନ ପାଉଡର ଖାଉଥିଲେ ସାବଧାନ! ଭାରତରେ ବିକ୍ରି ହେଉଥିବା ୧୫% ପ୍ରୋଟିନ ପାଉଡର ଅସୁରକ୍ଷିତ

456

କନକ ବ୍ୟୁରୋ: ଭାରତରେ ବିକ୍ରି ହେଉଥିବା ପ୍ରୋଟିନ ପାଉଡର କେତେ ସୁରକ୍ଷିତ ତାକୁ ନେଇ ଏକ ଚିନ୍ତାଜନକ ରିପୋର୍ଟ ସାମ୍ନାକୁ ଆସିଛି । ଫୁଡ ସେଫଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ଭାରତରେ ମିଳୁଥିବା ପ୍ରୋଟିନ ପାଉଡରର ନମୂନାକୁ ପରୀ କ୍ଷା କରାଯାଇଥିଲା । ଯେଉଁଥିରୁ ଜଣା ପଡିଛି, ଭାରତରେ ବିକ୍ରି ହେଉଥିବା ମୋଟ ପ୍ରୋଟିନ ପାଉଡରର ୧୫ ପ୍ରତିଶତ ଅସୁରକ୍ଷିତ ।

ବଜାରରେ ନିମ୍ନମାନର ଓ ଅସୁରକ୍ଷିତ ପ୍ରୋଟିନ ପାଉଡର ବିକ୍ରି ହେଉଥିବାରୁ ଡାକ୍ତରଙ୍କ ବିନା ପରାମର୍ଶରେ ସେବନ କଲେ ହୃଦଘାତ ଓ କିଡନୀ ଜନତି ରୋଗର ଆଶଙ୍କା ରହିଛି । ତେଣୁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ୨୦୨୧-୨୨ରେ ଏଫଏସଏସଏଆଇ ମୋଟ ୧ ଲକ୍ଷ ୪୫ ହଜାର ପ୍ରୋଟିନ ପାଉଡରର ନମୂନା ପରୀକ୍ଷା କରିଥିଲା । ସେଥିମଧ୍ୟରୁ ୪ ହଜାର ୮୯୯ ପ୍ରୋଟିନ ପାଉଡରର ନମୂନା ଅସୁରକ୍ଷିତ ବୋଲି ରିପୋର୍ଟ ମିଳିଛି । ଯାହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ, ନ୍ୟୁଟ୍ରିନିଷ୍ଟ ଚିନ୍ତା ପ୍ରକାଶ କରିଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଫ୍ରଷ୍ଟ ଅଫ୍ ପ୍ୟାକେଜ୍ ନୀତିରେ ପ୍ରୋଡିନ୍ ପାଉଡର ଆସୁ ନାହିଁ । ଏଥି ଯୋଗୁଁ ବଜାରରେ ସାଧାରଣ ଭାବେ ଉପଲବ୍ଧ ହେଉଥିବା ପ୍ରୋଟିନ ପାଉଡରରେ କେଉଁ ପ୍ରକାର ଉପାଦାନ ରହୁଛି, ସେନେଇ ବ୍ୟବହାରକାରୀ ଜାଣିପାରୁ ନାହାନ୍ତି । ଏହାଛଡା ପ୍ରୋଟିନ ପାଉଡର କଂପାନୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ଥିବାରୁ ଗୁଣାତ୍ମକମାନ ଉପରେ ଧ୍ୟାନ ଦିଆଯାଉ ନାହିଁ । ଏନେଇ ନ୍ୟୁଟ୍ରିସନ ଆଡଭୋକେସି ଇନ୍ ପବ୍ଲିକ ଇଂଟେରେଷ୍ଟ ସଂସ୍ଥା ମଧ୍ୟ ଚିନ୍ତା ପ୍ରକଟ କରିସାରିଛି । ଏହାଛଡା ଯେଉଁ ପ୍ରୋଟିନ ପାଉଡରରେ ମାତ୍ରାଧିକ ଚିନି ଓ ପ୍ରକ୍ରିୟାକରଣ ଖାଦ୍ୟ ଅଛି, ତାହାକୁ ମାତ୍ରାଧିକ ଖାଇଲେ ମଧୁମେହ ଓ କର୍କଟ ରୋଗ ହେବାର ଆଶଙ୍କା ରହିଛି ।