Daily Archives

December 21, 2022

ଗୋବିନ୍ଦଙ୍କ ସୁଇସାଇଡକୁ ନେଇ ବଢ଼ୁଛି ରହସ୍ୟ । ଡିଆଇଜିଙ୍କ ସୂଚନା, ଆତ୍ମହତ୍ୟା କରିଥିବା ସ୍ଥାନରେ ନଥିଲା ସିସିଟିଭି ।…

କନକ ବ୍ୟୁରୋ: ମମିତା ମେହେର ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲ୍ ଭିତରେ ଆତ୍ମହତ୍ୟା କରିବାକୁ ନେଇ ରାଜ୍ୟରେ ହଇଚଇ ଖେଳିଯାଇଛି । ତାଙ୍କ ଆତ୍ମହତ୍ୟାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି । ଅନ୍ୟପଟେ ଆତ୍ମହତ୍ୟା ସ୍ଥଳରେ ସିସିଟିଭି ନଥିବା ଜେଲ୍ ଡିଆଇଜି କହିଛନ୍ତି । ଡିଆଇଜି ଏହି…

ପୁଣି ଥରେ ବଢ଼ିଲା କରୋନା ଭୟ। ଓଡିଶାରେ କରୋନାର ଚୀନ ଭୂତାଣୁ । ଭୟ ବଢ଼ାଇଲା ଓମିକ୍ରନ ସବ୍-ଭାରିଆଣ୍ଟ

କନକ ବ୍ୟୁରୋ: ଚୀନରେ କରୋନା ତାଣ୍ଡବ ରଚିଥିବା ଭୂତାଣୁ ପହଞ୍ଚିଛି ଭାରତରେ, ଆଉ ଏହି ଭୂତାଣୁ ଓଡ଼ିଶାରେ ଚିହ୍ନଟ ହୋଇଛି । ଏହି ଭାରିଏଣ୍ଟର ନାଁ ରହିଛି ବିଏଫ-୭ । ଓଡ଼ିଶାରେ ଗୋଟିଏ ଚିହ୍ନଟ ହୋଇଥିବା ବେଳେ ଗୁଜରାଟରେ ଏହି ଭୂତାଣୁର ୨ଟି କେସ୍ ଚିହ୍ନଟ ହୋଇଛି । ଏହି ନୂଆ ଭୂତାଣୁ ଚିହ୍ନଟ ପରେ…

ଚିଲିକା, ଗହିରମଥା ଓ ଅସ୍ତରଙ୍ଗ ସମୁଦ୍ରରେ ଚାଲିଛି ଡଲଫିନ ଗଣନା: ଟ୍ରଲର ଓ ଦେଶୀ ଡଙ୍ଗାରେ ଡଲଫିନ୍ ଗଣୁଛନ୍ତି…

କନକ ବ୍ୟୁରୋ: ଚିଲିକାରେ ଆଜିଠୁ ଆରମ୍ଭ ହୋଇଛି ଡଲଫିନ୍ ଗଣନା । ବାଲୁଚଗାଁ ବନ୍ୟପ୍ରାଣୀ ଡିଭିଜନରେ ୧୦ଟିମ୍ ଏବଂ ସାତପଡ଼ାରେ ୮ଟି ଟିମ୍ ଡଲଫିନ୍ ଗଣନା ପାଇଁ ନିୟୋଜିତ ହୋଇଛନ୍ତି । ପ୍ରତେକ ଟିମ୍ରେ ୮ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ଗତବର୍ଷ ତୁଳନାରେ ଚଳିତ ବର୍ଷ କେତେ ଡଲଫିନ ଅଛନ୍ତି ତାହା…

ଧର୍ମରାଜଙ୍କ ଅଧର୍ମ କାମ: ଫୁଟବଲ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚ୍ ପୂର୍ବରୁ ଟଙ୍କା ନେଇ ଚମ୍ପଟ ମାରିଲେ ଆୟୋଜକ

କନକ ବ୍ୟୁରୋ: ଧର୍ମରାଜଙ୍କ ଅଧର୍ମ କାମ । ଟୁର୍ଣ୍ଣାମେଂଟ ଆୟୋଜକ ହୋଇ ଲକ୍ଷାଧିକ ଟଙ୍କା ନେଇ ଫେରାର ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ମାମଲା ରୁଜୁ ହୋଇଛି । ଜଣେ ଫୁଟବଲ ଟୁର୍ଣ୍ଣାମେଂଟର ଆୟୋଜକ ହୋଇ ଖେଳ ଅଧାରୁ ପୁରସ୍କାର ରାଶି ନେଇ ଫେରାର ହୋଇଯିବା ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର…

୪ ମାସ ପରେ ଖୋଲିଲା ମା’ ମଝିଘରିଆଣୀଙ୍କ ହୁଣ୍ଡି: ୟୁନିୟନ ବ୍ୟାଙ୍କ ପକ୍ଷରୁ ଟଙ୍କା ଗଣା କାମ ଜାରି

କନକ ବ୍ୟୁରୋ: ୪ ମାସ ପରେ ଖୋଲିଲା ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣିଙ୍କ ହୁଣ୍ଡି । ଗତ ଅଗଷ୍ଟ ମାସରେ ହୁଣ୍ଡିରୁ ୧ କୋଟି ୧ଲକ୍ଷ ୨୩ ହଜାର ୩୮୦ ନଗଦ ଟଙ୍କା, ୧୦୪ ଗ୍ରାମ ସୁନା, ୨ କେଜି ୬୭୯ ଗ୍ରାମ ରୂପା, ୧୬ଟି ବିଦେଶୀ ମୁଦ୍ରା ବାହାରିଥଲା । ଏଥର ୪ ମାସ ପରେ…

ମଧ୍ୟାନ୍ନ ଭୋଜନରେ ପିଲାଙ୍କୁ ଦିଆଯାଉଛି ପୋକଡ଼ା ଡାଲି: ପ୍ରତିବାଦ କଲେ ଅଭିଭାବକ

କନକ ବ୍ୟୁରୋ: ମଧ୍ୟାନ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ପୋକରା ଡାଲି । ଦେବଗଡ଼ ବୁଢାପାଳ ପଂଚାୟତ ଅନ୍ତର୍ଗତ ପୁଟବୁଲ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏଭଳି ଅଭିଯୋଗ । ସ୍କୁଲରେ ପ୍ରାୟ ୩୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ସେମାନଙ୍କୁ ବିଦ୍ୟାଳୟ ପକ୍ଷରୁ ପୋକଡା ଡାଲି ରୋଷେଇ କରି…