ଢେଙ୍କାନାଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ରଙ୍ଗରୁଟରେ ଆସୁଥିବା ବେଳେ ଚଢିଗଲା ଭ୍ୟାନ, ୨ ଭଉଣୀ ମୃତ 

229

କନକ ବ୍ୟୁରୋ : ଢେଙ୍କାନାଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ରଙ୍ଗରୁଟରେ ଆସୁଥିବା ବେଳେ ୨ ଜଣ ନାବାଳିକାଙ୍କ ଉପରେ ଭ୍ୟାନ ଚଢିଯାଇଛି । ବାଜିଚୌକ ଫ୍ଲାଏ ଓଭର ବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନାବାଳିକା ଗୁରୁତର ଆହତ ହୋଇଛି । ଆହତ ନାବାଳିକାକୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ମୃତ ନାବାଳିକାଙ୍କ ବୟସ ୫ ଓ ୭ ବର୍ଷ ହେବ । ଉଭୟ ନାବାଳିକା ୨ ଭଉଣୀ ବୋଲି ସୂଚନା ମିଳିଛି । ଦୁର୍ଘଟଣା ଘଟାଇବା ପରେ ଭ୍ୟାନ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।