ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ! ବିଜ୍ଞାନ ପାଇଁ ରେଭେନ୍ସାରେ ୮୮.୮୩%, ବାଣିଜ୍ୟରେ ୭୮.୨% ସହ ବିଜେବି ଆଗରେ

31

କନକ ବ୍ୟୁରୋ: ପ୍ରକାଶ ପାଇଲା ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ ମାର୍କ । ବିଜ୍ଞାନ, ବାଣିଜ୍ୟ ଓ କଳା ପାଇଁ ଏହି କଟ ଅଫ ମାର୍କ ପ୍ରକାଶ ପାଇଛି । ବିଜ୍ଞାନରେ ୮୮.୮୩ ପ୍ରତିଶତ ସହ ରେଭେନ୍ସା ଆଗରେ ରହିଛି । ୮୮.୩୩ ପ୍ରତିଶତ ସହ ବିଜେବି କଲେଜ ଦ୍ୱିତୀୟ ସ୍ଥାନରେ ରହିଛି । ବ୍ରହ୍ମପୁରର ସରସ୍ୱତୀ ବିଦ୍ୟାମନ୍ଦିର, ନିଳକଣ୍ଠନଗର ୮୮ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି ।

ସେହିପରି, ବାଣିଜ୍ୟରେ ୭୮.୨ ପ୍ରତିଶତ ସହ ଶୀର୍ଷରେ ରହିଛି ବିଜେବି କଲେଜ । ଦ୍ୱିତୀୟରେ ୭୭.୧୭ ପ୍ରତିଶତ ସହ ରହିଛି ରେଭେନ୍ସା । କଳାରେ ପ୍ରଥମସ୍ଥାନରେ ରହିଛି ଘଷିପୁରାର ପତିତପାବନ କଲେଜ । ଏଠାରେ କଟଅଫ ମାର୍କ ରହିଛି ୭୮.୬୭ ପ୍ରତିଶତ । ହାଟଡିହିର ସାଡଙ୍ଗ ଆଂଚଳିକ କଲେଜ ଦ୍ୱିତୀୟ ସ୍ଥାନରେ ରହିଛି । ଏହାର କଟଅଫ ମାର୍କ ରହିଛି ୭୩.୫୦ ପ୍ରତିଶତ । ୭୩.୪୦ ପ୍ରତିଶତ ସହ ବିଜେବି ତୃତୀୟ ଏବଂ ୭୨ ପ୍ରତିଶତ ସହ ରେଭେନ୍ସା ଚତୁର୍ଥ ସ୍ଥାନରେ ରହିଛି ।

ଏବେ ନଜର ପକାନ୍ତୁ ପ୍ରକାଶ ପାଇଲା ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ ମାର୍କ ଲିଷ୍ଟ….

ରେଭେନ୍ସା

ବିଜ୍ଞାନ-୮୮.୮୩%
ବାଣିଜ୍ୟ-୭୭.୧୭%
କଳା-୭୨%

ବିଜେବି
ବିଜ୍ଞାନ-୮୮.୩୩%
ବାଣିଜ୍ୟ-୭୮.୨%
କଳା-୭୩.୪%

ସରସ୍ୱତୀ ବିଦ୍ୟା ମନ୍ଦିର(ବ୍ରହ୍ମପୁର)
ବିଜ୍ଞାନ-୮୮%

ପତିତ ପାବନ ମହାବିଦ୍ୟାଳୟ(ଘଷିପୂରା)
ବିଜ୍ଞାନ-୮୩%
କଳା-୭୮.୬୭%

ରମାଦେବୀ ମହିଳା କଲେଜ
ବାଣିଜ୍ୟ-୬୪.୨%

ଶୈଳବାଳା ମହିଳା ମହାବିଦ୍ୟାଳୟ
କଳା-୭୦.୮୩%

ଫକୀରମୋହନ କଲେଜ
ବିଜ୍ଞାନ-୮୩.୮୩%

ଜେକେବିକେ ମହାବିଦ୍ୟାଳୟ
ବିଜ୍ଞାନ-୮୩.୫୦%