ସଂସଦରେ କହିବାର ସୁଯୋଗ ନମଳିବାରରୁ ସାଂସଦଙ୍କ ଅଜବ ପ୍ରତିବାଦ, ସମସ୍ତଙ୍କ ସାମ୍ନାରେ ଖୋଲିଦେଲେ ସାର୍ଟ

292

କନକ ବ୍ୟୁରୋ : କହିବାକୁ ମିଳିଲାନି ମୌକା । ରାଗିଗଲେ ସାଂସଦ । ଆଉ ରାଗରେ ସମସ୍ତଙ୍କ ସାମ୍ନାରେ ଖୋଲିଦେଲେ ସାର୍ଟ । ଘଟଣା ନେପାଳର । ଇଏ ହେଉଛନ୍ତି ସାଂସଦ ଅମରେଣ ସିଂ । ଗୃହକାର୍ଯ୍ୟ ଚାଲିଥିବାବେଳେ କିଛି କହିବାକୁ ବହୁବାର ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କୁ କହିବାକୁ ମୌକା ନମିଳିବାରୁ ସେ ରାଗିକି ସାର୍ଟ ଖୋଲି ଦେଇ ଏହାର ପ୍ରତିବାଦ କରିଥିଲେ । ସାଂସଦଙ୍କ ଏହି ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେବା ସହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।ସାର୍ଟ ଖୋଲି ନିଜ ରାଗ ବ୍ୟକ୍ତ କରିବା ସହ ସଯସଦ ଛାଡି ଚାଲିଯାଇଥିଲେ ସାଂସଦ । ନେପାଳ ସଂସଦରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି ।