ସରିଲା ଜୋନ୍ ସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା । ୯ଟି ଜୋନରେ ୯୧୯ ପ୍ରତିଯୋଗୀ, ଅକ୍ଟୋବର ୩ରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ।

164

କନକ ବ୍ୟୁରୋ : ‘ସମ୍ବାଦ’ର ୩୫ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଆୟୋଜିତ ଜୋନ୍‌ ସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା ଗତକାଲି ଅନୁଷ୍ଠିତ ହୋଇଯାଇଛି । ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ ପକ୍ଷରୁ ବିତର୍କ ପ୍ରତିଯୋଗିତା ଏବ˚ ‘ସମ୍ବାଦ’ ଓ ‘ରେଡିଓ ଚକଲେଟ୍‌’ ପକ୍ଷରୁ ସାରେଗାମା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଆଜି ‘ସମ୍ବାଦ’ର ୯ଟି ଜୋନ୍‌ ଭୁବନେଶ୍ୱର, କଟକ, ଅନୁଗୁଳ, ବାଲେଶ୍ୱର, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ଜୟପୁର ଓ ଯାଜପୁରରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଦୁଇଟି ଯାକ ପ୍ରତିଯୋଗିତାରେ ୯୧୯ଜଣ ପ୍ରତିଯୋଗୀ ଅ˚ଶଗ୍ରହଣ କରିଥିଲେ । ବିତର୍କରେ ୩୦୬ ଜଣ ଭାଗ ନେଇଥିବାବେଳେ ସାରେଗାମାରେ ୬୧୩ଜଣ ଭାଗ ନେଇଥିଲେ । ଏହି ଦୁଇଟି ଯାକ ପ୍ରତିଯୋଗିତାରେ କେବଳ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥିଲେ ।

ଭୁବନେଶ୍ୱର ସ˚ସ୍କରଣରେ ୯୮ଜଣ ପ୍ରତିଯୋଗୀ ଭାଗ ନେଇଥିବାବେଳେ ବିତର୍କରେ ୧୬ଜଣ ଏବ˚ ସାରେଗାମାରେ ୮୨ଜଣ ଭାଗ ନେଇଥିଲେ । ବାଲେଶ୍ୱର ସ˚ସ୍କରଣରେ ୧୩୮ଜଣ ଭାଗ ନେଇଥିବାବେଳେ ଏଥିରୁ ୫୪ଜଣ ବିତର୍କରେ ଏବ˚ ୮୪ଜଣ ସାରେଗାମାରେ, ଜୟପୁର ସ˚ସ୍କରଣରେ ୧୧୭ଜଣ ଭାଗ ନେଇଥିବାବେଳେ ୪୫ଜଣ ବିତର୍କରେ ଏବ˚ ୭୨ଜଣ ସାରେଗାମାରେ, ବ୍ରହ୍ମପୁର ଜୋନ୍‌ରେ ୧୨୬ଜଣ ଭାଗ ନେଇଥିବାବେଳେ ୩୯ଜଣ ବିତର୍କରେ ୮୭ଜଣ ସାରେଗାମାରେ ଭାଗ ନେଇଥିଲେ । ସେହିପରି ସମ୍ବଲପୁର ସ˚ସ୍କରଣରେ ୮୩ଜଣ ଭାଗ ନେଇଥିବାବେଳେ ଏଥିରୁ ବିତର୍କରେ ୨୭ଜଣ ଏବ˚ ସାରେଗାମାରେ ୫୬ଜଣ, କଟକ ସ˚ସ୍କରଣରେ ୭୯ଜଣ ଭାଗ ନେଇଥିବାବେଳେ ଏଥିରୁ ୩୦ଜଣ ବିତର୍କରେ ଏବ˚ ସାରେଗାମାରେ ୪୯ଜଣ, ଯାଜପୁର ସ˚ସ୍କରଣରେ ୫୩ଜଣ ଭାଗ ନେଇଥିବାବେଳେ ବିତର୍କରେ ୧୯ ଏବ˚ ସାରେଗାମାରେ ୩୪ଜଣ, ରାଉରକେଲା ସ˚ସ୍କରଣରେ ୧୧୯ଜଣ ଭାଗ ନେଇଥିବାବେଳେ ବିତର୍କରେ ୪୩ ଜଣ ଏବ˚ ସାରେଗାମାରେ ୭୬ଜଣ, ଅନୁଗୁଳ ସ˚ସ୍କରଣରେ ୧୦୬ଜଣ ଭାଗ ନେଇଥିବାବେଳେ ବିତର୍କରେ ୩୩ଜଣ ଏବ˚ ସାରେଗାମାରେ ୭୩ଜଣ ଭାଗ ନେଇଥିଲେ ।

ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ସକାଳ ୧୦ଟାରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଏହାର ୧ଘଣ୍ଟା ପୂର୍ବରୁ ବିତର୍କର ବିଷୟ ବସ୍ତୁ ଘୋଷଣା କରାଯାଇଥିଲା । ବିଷୟ ଥିଲା ‘ନୂଆ ଟ୍ରାଫିକ ନିୟମର ମୋଟା ଜରିମାନା ଦୁର୍ଘଟଣାକୁ ରୋକିପାରିବ’ । ପ୍ରତିଯୋଗୀମାନେ ସେମାନଙ୍କ ପସନ୍ଦ ଅନୁଯାୟୀ ଏହି ବିଷୟ ବସ୍ତୁ ସପକ୍ଷରେ/ବିପକ୍ଷରେ ନିଜର ମତ ରଖିଥିଲେ । ବିଚାରକମାନେ ପ୍ରତିଯୋଗୀଙ୍କ ଭାଷା, ବିଷୟ ଓ ତର୍କକୁ ନେଇ ମାର୍କ ଦେଇଥିଲେ । ସେହିପରି ସାରେଗାମା ପ୍ରତିଯୋଗିତାର ପ୍ରତିଯୋଗୀମାନେ ଓଡ଼ିଆ ବା ହିନ୍ଦୀ ଭାଷାର ଲଘୁ କଣ୍ଠ ସଙ୍ଗୀତ (ଭଜନ/ଆଧୁନିକ) ଗାଇଥିଲେ । କୃତୀ ପ୍ରତିଯୋଗୀଙ୍କୁ ପ୍ରତିଯୋଗିତା ଶେଷ ହେବା ପରେ ପୁରସ୍କୃତ କରାଯାଇଥିଲା ।

ପ୍ରତି ଜୋନ୍‌ରେ ଉଭୟ ପ୍ରତିଯୋଗିତାର ପ୍ରଥମ ତିନିଟି ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଇଛି । ଏହି କୃତୀ ପ୍ରତିଯୋଗୀମାନେ ଆସନ୍ତା ଅକ୍ଟୋବର ୩ ତାରିଖରେ ହେବାକୁ ଥିବା ରାଜ୍ୟସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିବେ । ଉକ୍ତ ଦିନର କାର୍ଯ୍ୟସୂଚୀ ସମ୍ପର୍କରେ ଖୁବ୍‌ ଶୀଘ୍ର ସବିଶେଷ ଖବର ପ୍ରକାଶ ପାଇବ ।