ଯୁବ ସ୍ୱାଭିମାନ ଦିବସରେ ସଂଗ୍ରହ ହେଲା ରେକର୍ଡ ସଂଖ୍ୟକ ରକ୍ତ : ୬୬ଟି ରକ୍ତଦାନ ଶିବିରରୁ ସଂଗ୍ରହ ହେଲା ୫ ହଜାରରୁ ଅଧିକ ୟୁନିଟ୍ ରକ୍ତ

40

କନକ ବ୍ୟୁରୋ : ଯୁବ ସ୍ୱାଭିମାନ ଦିବସରେ ସଂଗ୍ରହ ହେଲା ରେକର୍ଡ ସଂଖ୍ୟକ ରକ୍ତ । ୬୬ଟି ରକ୍ତ ଦାନ ଶିବିରରୁ ସଂଗ୍ରହ ହୋଇଛି ୫ ହଜାରରୁ ଅଧିକ ୟୁନିଟ୍ ରକ୍ତ । ଯୁବ ସ୍ୱାଭିମାନ ଦିବସ ଅବସରରେ ରାଜ୍ୟ ବ୍ୟାପୀ ଅନୁଷ୍ଠିତ ହୋଇଥିଲା ରକ୍ତଦାନ ଶିବିର । ବିଭିନ୍ନ ଜିଲ୍ଲାରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ ବିଭିନ୍ନ ବର୍ଗର ଉତ୍ସାହୀ ବ୍ୟକ୍ତି ।

ରାଜଧାନୀ ଭୁବନେଶ୍ୱର ସମେତ କଟକ, ବାଲେଶ୍ୱର, ସମ୍ବଲପୁର, ବ୍ରହୁପୁର ଓ ଜୟପୁର ଓ ରାଉରକେଲା ସହ ଆହୁରି ଅନେକ ସ୍ଥାନରେ ରକ୍ତଦାନ ଶିବିରମାନ ଅନୁଷ୍ଠିତ ହୋଇଥିଲା । ଗତ ବର୍ଷ ସ୍ୱାଭିମାନ ଦିବସରେ ୩ ହଜାର ୭୦୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ ଚଳିତ ବର୍ଷ ସଂଗୃହୀତ ହୋଇଛି ୫ ହଜାର ୨୪ ୟୁନିଟ୍ ରକ୍ତ ।