କ୍ରିକେଟର ୟୁସୁଫ ପଠାନ ସସପେଣ୍ଡ ! ଡୋପ ଟେଷ୍ଟରେ ବିଫଳ ହେବା ପରେ ବିସିସିଆଇ କଲା ନିଲମ୍ବନ

39

ୟୁସୁଫ ପଠାନ ସସପେଣ୍ଡ । ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ୟୁସୁଫ ପଠାନକୁ ୫ ମାସ ପାଇଁ ସସପେଣ୍ଡ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ । ଗତ ବର୍ଷ ହୋଇଥିବା ଡୋପ ଟେଷ୍ଟରେ ୟୁସୁଫ ପଠାନ ଧରାପଡିଥିଲେ । ୟୁସୁଫଙ୍କ ନାଁରେ ନିଶିଦ୍ଧ ଔଷଧ ନେବା ଅଭିଯୋଗ ରହିଥିଲା ।ୟୁସୁଫ ବ୍ରୋଜିଟ ନାମକ ଏକ ଔଷଧ ଖାଇଥିଲେ । ଏହି ଔଷଧ ନିଶିଦ୍ଧ ପଦାର୍ଥରେ ବ୍ୟବହୃତ ହୋଇଥାଏ । ଯେକୌଣସି ଖେଳାଳିଙ୍କୁ ଏହି ଇଞ୍ଜେକସନ ନେବା ପୂର୍ବରୁ ବୋର୍ଡ ନିକଟରୁ ଅନୁମତି ନେବାକୁ ପଡିଥାଏ । ତେବେ ୟୁସୁଫ ପଠାନ ଏହି ନିଶିଦ୍ଧ ଔଷଧ ଖାଇବା ପୂର୍ବରୁ କାହାଠାରୁ ମଧ୍ୟ ଅନୁମତି ନେଇ ନଥିଲେ । ଯାହା ଫଳରେ ଡୋପ ଟେଷ୍ଟରେ ଧରାପଡିଥିଲେ ୟୁସୁଫ ।

ଫଳରେ ବିସିସିଆଇ ୟୁସୁଫଙ୍କୁ ୫ ମାସ ପାଇଁ ସସପେଣ୍ଡ କରିଛି । ତେଣୁ ଆଗକୁ ହେବାକୁ ଥିବା ସଇଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ୟୁସୁଫ ଖେଳିପାରିବେ ନାହିଁ । ଭାରତୀୟ ଦଳକୁ ଫେରିବାକୁ ସଂଘର୍ଷ କରୁଥିବା ୟୁସୁଫ ଡୋପ ଟେଷ୍ଟରେ ଧରାପଡିବା ଦ୍ୱାରା ଭାରତ ପାଇଁ ବଡ ଝଟକା ଲାଗିଛି । ତେବେ ଡୋପ ଟେଷ୍ଟରେ ଧରାପଡିବା ପରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି କି ଆଗାମୀ ଆଇପିଏଲରେ ୟୁସୁଫ ଖେଳିବେ କି ନାହିଁ । କାରଣ ପୂର୍ବରୁ ଦିଲ୍ଲୀ ଡେୟାର ଡେଭିଲସ ପକ୍ଷରୁ ଖେଳୁଥିବା ପ୍ରଦୀପ ସାଙ୍ଗୱାନ ଡୋପ ଟେଷ୍ଟରେ ଧରାପଡିବା ପରେ ୧୮ ମାସ ପର୍ଯ୍ୟନ୍ତ ବ୍ୟାନ ହୋଇଥିଲେ । ତେଣୁ ଦେଖିବାକୁ ବାକି ରହିଲା ୟୁସୁଫଙ୍କ କ୍ଷେତ୍ରରେ ବିସିସିଆଇ କଣ ନିଷ୍ପତି ନେଉଛି ।