ନାଗ ସହ ଷ୍ଟଣ୍ଟ ଦେଖାଇବା ପଡିଲା ମହଙ୍ଗା ! ସାପ ଚୋଟରେ ଗଲା ଜୀବନ ।

49

ବେଳେ ବେଳେ ଗୋଟିଏ କାମରେ ପାରଙ୍ଗମ ହୋଇ ବି ଜଣେ ଅସାବଧାନତାବଶତଃ ସେ କାମ କରିବା ବେଳେ ଦୁର୍ଘଟଣାର ଶିକାର ହୁଏ। ଠିକ ଏଭଳି ଘଟିଛି ସାପ ଧରାଳି ବିକ୍ରମ ସିଂ ମଲୋଟଙ୍କ ସହିତ। ହଜାର ହଜାର ସାପ ଧରିଥିବା ବିକ୍ରମଙ୍କର ବିଷଧର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ୟୁଟ୍ୟୁବରେ ବିଷଧର ସାପଧରି ଷ୍ଟଣ୍ଟ ଦେଖାଉଥିବା ବିକ୍ରମ ସିଂ ମଲୋଟଙ୍କ ନାସିକରେ ସାପ କାମୁଡାରେ ମୃତ୍ୟୁ ହୋଇଛି। ବିକ୍ରମ ମଲୋଟ ପଞ୍ଜାବ ରୋପଡ ଜିଲ୍ଲାର ବାସିନ୍ଦା ଅଟନ୍ତି। କାଲି କୌଣସି କାମରେ ସେ ମହାରାଷ୍ଟ୍ରର ନାଦୋଡ ଯାଉଥିଲେ, ବାଟରେ ନାସିକ୍ ପାଖରେ ତାଙ୍କ ଗାଡି ଦୁର୍ଘଟଣା ହୋଇଗଲା। ଏହା ପରେ ସେ ଗାଡିକୁ ଏକ ଗ୍ୟାରେଜରେ ଦେଇ ନିଜ ଭାଇ ଓ ସାଙ୍ଗମାନଙ୍କ ସହ ଜଙ୍ଗଲ ବୁଲିବାକୁ ବାହାରି ଯାଇଥିଲେ। ଜଙ୍ଗଲ ମଧ୍ୟରେ ସେ ଏକ କଳାନାଗ (ବ୍ଲାକ କୋବ୍ରା) ଧରିବା ସହ ଷ୍ଟଣ୍ଟ ଦେଖାଇବାକୁ ଲାଗିଥିଲେ। ଠିକ୍ ଏହି ସମୟରେ ସାପଟି ତାଙ୍କ ହାତରୁ ହାଲକା ପାଇ ଚୋଟ ଦେଇଥିଲା। ସାଙ୍ଗେ ସାଙ୍ଗେ ତାଙ୍କୁ ନାଦୋଡ ଜିଲ୍ଲା ଡାକ୍ତରଖାନା ନିଆ ଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ ସୂଚନା ଅନୁସାରେ ବିକ୍ରମ ସିଂ ୟୁଟ୍ୟୁବ୍, ଫେସବୁକରେ ସାପଧରିବା ଭିଡିଓ ପୋଷ୍ଟ କରନ୍ତି। ଏହା ଦ୍ୱାରା ସେ ସୋସିଆଲ ମିଡିଆରେ ପ୍ରସିଦ୍ଧ ହୋଇଯାଇଥିଲେ, ତାଙ୍କୁ ହଜାର ହଜାର ଲୋକ ଫଲୋ କରିବାକୁ ଲାଗିଥିଲେ। ଖାସ କରି ନାଗସାପକୁ ଧରିବାର ଭିଡିଓ ସେ ସୋସିଆଲ ମିଡିଆରେ ଛାଡୁଥିଲେ। କିନ୍ତୁ ସେହି ନାଗସାପର କାମୁଡାରେ ତାଙ୍କର ମୃତ୍ୟୁ ହୋଇଛି। ସେ ୩୦୦୦ରୁ ଅଧିକ ସାପ ଧରି ଜଙ୍ଗଲରେ ଛାଡିଛନ୍ତି