ପୋଲିସ ଭ୍ୟାନରୁ ଯୁବକଙ୍କୁ ଟାଣିନେଇ ମାଡମାରି ହତ୍ୟା କଲେ ଅନ୍ୟ ଯୁବକ । ପୋଲିସ ସାଜିଲା ନିରବଦ୍ରଷ୍ଟା

ଯୁବକଙ୍କୁ ପୁଲିସ ଭ୍ୟାନରୁ ଟାଣି ଆଣି ପିଟିପିଟି ହତ୍ୟା

139

କନକ ବ୍ୟୁରୋ : ଉତ୍ତରପ୍ରଦେଶର ସାମିଲ ଜିଲ୍ଲାରେ ଏକ ଅଭାବନୀୟ ଘଟଣାକ୍ରମରେ ଜଣେ ଯୁବକଙ୍କୁ ପୁଲିସ ଭ୍ୟାନରୁ ଟାଣି ଆଣି ପିଟିପିଟି ହତ୍ୟା କରାଯାଇଛି। ତେବେ ପୁଲିସ ଆଖି ଆଗରେ ଏହି ଅଘଟଣ ଘଟିଥିଲେ ମଧ୍ୟ ପୁଲିସ ଆଖି ବୁଜିଦେଇଥିଲା ଏବଂ ପାଖରେ ଠିଆ ହୋଇ ନିରବଦ୍ରଷ୍ଟା ସାଜିଥିଲା। ଯୁବକଙ୍କୁ ବଞ୍ଚାଇବା ପାଇଁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି। ଏନେଇ ଏବେ ଏକ ଭିଡିଓ ଜାରି ହୋଇଛି। ଘଟଣାକୁ ଜୋରଦାର ବିରୋଧ କରାଯିବାପରେ ସାମିଲି ଏସପି ଅଜୟ କୁମାର ପେଟ୍ରୋଲିଂ ଦାୟିତ୍ବରେ ଥିବା ପୁଲିସଙ୍କ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି।

 

ମିଳିଥିବା ସୂଚନା ଅନୁସାରେ କେଉଁ ପରିସ୍ଥତିରେ ପୋଲିସ ସେହି ଯୁବକଙ୍କୁ ନେଇ ଯାଉଥିଲା ଏବଂ ଯଦି ସମ୍ପୃକ୍ତ ଯୁବକ କୌଣସି ମାମଲାରେ ଗିରଫ ହୋଇଥିଲେ ତେବେ ପୋଲିସ ଭ୍ୟାନ ମଧ୍ୟରୁ ଜଣେ ଯୁବକଙ୍କୁ ଏପରି ଭାବରେ ଅନ୍ୟ ଯୁବକମାନେ ଟାଣିନେଇ ମାଡମାରି ହତ୍ୟା କରିବା ଘଟଣା ସାରା ଅଚଂଳରେ ଚର୍ଚ୍ଚାର ବିଷୟ ହୋଇଛି । ପୋଲିସ ପାଖରେ ଥାଇ ମଧ୍ୟ କେଉଁ କାରଣ ପାଇଁ ହତ୍ୟାକାରୀଙ୍କୁ ଅଟକାଇନଥିଲା ତାହାକୁ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଛି । ମିଳିଥିବା ସୂଚନା ଅନୁସାରେ, ଅନେକ ସମୟରେ ପୋଲିସର କଡା କାର୍ଯ୍ୟାନୁଷ୍ଠାନ ପାଇଁ ଜେଲ ପରିସରରେ କିମ୍ବା ଥାନରେ ଅପରାଧୀଙ୍କ ମୁତ୍ୟୁ ହେବା କଥା ଦେଖାଯାଇଛି ହେଲେ ଗାଡି ମଧ୍ୟରୁ ବାହାରକୁ ଟାଣିନେଇ ହତ୍ୟା କରିବା ଘଟଣା ନୂଆ । ଏବଂ ଏପରି ଘଟଣା ସମ୍ପର୍କରେ ତଦନ୍ତ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଅ।ଯାଇଥିବା ସୂଚନା ମିଳିଛି ।