ସ୍ବର୍ଣ୍ଣିମ ସେନାଙ୍କୁ କଳିଙ୍ଗ ସମ୍ମାନ:ସେଣ୍ଟର ଫରୱାର୍ଡ ବନାମ ଗୋଲରକ୍ଷକ

ଅଢ଼େଇ କୋଟି ‘ହକି ହୃଦସ୍ପନ୍ଦନ’: କଳିଙ୍ଗ ଷ୍ଟାଡିୟମ୍ ବିଶ୍ବର ଅନ୍ୟତମ ଶ୍ରେଷ୍ଠ

69

କନକ ବ୍ୟୁରୋ: ମଙ୍ଗଳବାରର ଉଦ୍ଘାଟନୀ ଉତ୍ସବ ଅବସରରେ ୧୯୭୫ ମସିହାର ବିଶ୍ବକପ୍ ବିଜେତା ଭାରତୀୟ ଦଳକୁ ମିଳିଥିଲା କଳିଙ୍ଗ ସମ୍ମାନ।। ମଞ୍ଚକୁ ଏହି ସ୍ବର୍ଣ୍ଣିମ ସେନାଙ୍କ ଆଗମନ ହେବା ମାତ୍ରେ କଳିଙ୍ଗ ଦର୍ଶକମାନେ ଏକକାଳୀନ ଛିଡ଼ା ହୋଇ ଅଭିବାଦନ ଗ୍ରହଣ କରିଥିଲେ। ପ୍ରତ୍ୟୁତ୍ତରରେ ବିଜେତା ଅଧିନାୟକ ଅଜିତ ପାଲ୍ ସିଂହ କହିଥିଲେ ‘ବିଶ୍ବକପ୍ ବିଜୟର ଅନୁଭବ ଏବେ ବି ତାଜା ଅଛି। ବିଜୟ ପରେ ଆମର ସବୁ ଖେଳାଳି ଖୁସିରେ ଝୁମିଥିଲେ। ଏବେ ବି ସେ ଖୁସିକୁ ଯତ୍ନର ସହ ସାଇତି ରଖିଛୁ ବୋଲି ଭାବବିହ୍ବଳ ସ୍ବରରେ ପ୍ରକାଶ କରିଥିଲେ ୭୧ ବର୍ଷୀୟ ଏହି କିମ୍ବଦନ୍ତୀ ସେଣ୍ଟର ଫରୱାର୍ଡ।

ମୋତେ ମୋ ପିତା ୮ ବର୍ଷ ବୟସରେ ହକି ଖେଳିବାର ସୁଯୋଗ ଦେଇଥିଲେ ଏବଂ ମୁଁ ସ୍କୁଲ ଦଳର ଅଧିନାୟକ ହୋଇଥିଲି। ୩୮ ବର୍ଷ ବୟସ ବେଳକୁ ମୁଁ ‘ଚକ୍ ଦେ ଇଣ୍ଡିଆ’ ଚଳଚ୍ଚିତ୍ରରେ ଭାରତୀୟ ମହିଳା ଦଳର ପ୍ରଶିକ୍ଷକ ଭୂମିକାରେ ଅଭିନୟ କରି ନୂଆ ପରିଚୟ ପାଇଥିଲି। ନିଜର ୬ ବର୍ଷର ପୁଅକୁ ବି ଦିନେ ହକି ଖେଳିବାକୁ କହିଛି। ଜୀବନରେ ସମସ୍ତେ ହକି ଖେଳିବା ଉଚିତ। ଏହାଠାରୁ ଆଉ କୌଣସି ଖେଳ ସ୍ବତନ୍ତ୍ର ନୁହେଁ ବୋଲି କହିଥିଲେ। ହକି ଖେଳାଳି କଳାକାର ଏବଂ କଳାକାର ମାନେ ବିଶ୍ବବିଦିତ। ବିଶ୍ବରେ ଏକତା ଓ ଜୀବନରେ ସଫଳତା ଆଣିବାରେ ହକି ବଡ଼ ଭୂମିକା ନେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡୁନ୍ ସ୍କୁଲରେ ଗୋଲ୍ରକ୍ଷକ ଥିଲେ, ମୁଁ ମୋ ସ୍କୁଲ୍ ଜୀବନରେ ସେଣ୍ଟର ଫରୱାର୍ଡ ଥିଲି ବୋଲି ତୁଳନା କରିବାକୁ ବି କିଙ୍ଗ୍ ଖାନ୍ ଭୁଲି ନଥିଲେ।

ବିଶ୍ବକପ୍ ଅଭିଯାନ ‘ମାଇଁ ହାର୍ଟ ବିଟ୍ ଫର ହକି’ (ହକି ପାଇଁ ଏବେ ବି ମୋ ହୃଦ୍‌ସ୍ପନ୍ଦନ ହେଉଛି)ରୁ ସଂଗୃହିତ ୨,୩୫, ୩୮, ୬୨୨ ବିଟ୍ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଭିନ୍ନ ଦଳର ଅଧିନାୟକ ପ୍ରଦାନ କରିଥିଲେ। ଏହି ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଥିଲା। ସ୍ବର୍ଣ୍ଣ ବିଜେତା ଅଜିତ ପାଲ୍ ସିଂହ କହିଥିଲେ, ‘ହକି ପାଇଁ ଏବେ ବି ମୋ ହୃଦ୍‌ସ୍ପନ୍ଦନ ହେଉଛି। ଆପଣଙ୍କରଟ୍ଟହେଉଛି କି? କଳିଙ୍ଗ ପ୍ରଶଂସକ ବି ହଁ ଭରିଥିଲେ।

ଉଦ୍ଘାଟନୀ ଉତ୍ସବରେ ଅନ୍ତର୍ଜାତୀୟ ହକି ସଂଘର ସଭାପତି ନରେନ୍ଦ୍ର ବାତ୍ରା କହିଥିଲେ, ‘ଓଡ଼ିଶାରେ ବିଶ୍ବକପ୍ ଏକ ସମ୍ମାନ ଓ ଗୌରବର ବିଷୟ। ୫ ବର୍ଷ ତଳୁ ଆମକୁ ମିଳିଥିବା ଅଧିକାର ଏବେ କଠୋର ପରିଶ୍ରମ, ଦଳଗତ କର୍ମଠ ବଳରେ ବାସ୍ତବ ରୂପ ନେଇଛି। ଓଡ଼ିଶାବାସୀଙ୍କ ପାଇଁ କିଛି ବି ଅସମ୍ଭବ ନୁହେଁ ବୋଲି ପ୍ରମାଣିତ ହୋଇଛି। ଆମ ସମ୍ମୁଖକୁ ଆସିଥିବା ସମସ୍ତ ଆହ୍ବାନ ଓ ସମସ୍ୟାକୁ ପ୍ରତିହତ କରି ବିଶ୍ବକପ୍ ସଫଳ ରୂପାୟନ ହୋଇଛି। କଳିଙ୍ଗ ହକି ଷ୍ଟାଡିୟମ ବିଶ୍ବର ଶ୍ରେଷ୍ଠ ୩ ମଧ୍ୟରେ ଅନ୍ୟତମ ଏବଂ ଭୁବନେଶ୍ବର ଦେଶର କ୍ରୀଡ଼ା ରାଜଧାନୀ ହେବାକୁ ଯାଉଛି ବୋଲି ମଧ୍ୟ ବାତ୍ରା ଦୋହରାଇଥିଲେ।