ଶୋଇବା ପୂର୍ବରୂ ପିଅନ୍ତୁ ନାହିଁ ଅଧିକ ପାଣି ! ଅନେକ କ୍ଷତିର ସମ୍ଭାବନା ରହିଛି . . . . 

63

ଜଳ ବହୁଳେ ସୃଷ୍ଟି ନାଶ, ଜନ ବିହୁନେ ସୃଷ୍ଟି ନାଶ । ଏହି ଉକ୍ତି ସହ ପ୍ରାୟ ସମସ୍ତେ ଅବଗତ । ଆମେ ସମସ୍ତେ ଜାଣନ୍ତି ପାଣି ଆମ ଜୀବନର ମୂଲ୍ୟ ଆଧାର । ଅଳ୍ପ ଉଷୁମ ପାଣିରେ ଦିନ ଆରମ୍ଭ କରିବା ପାଇ ଡାକ୍ତର ମଧ୍ୟ ସବୁବେଳେ ପରାମର୍ଶ ଦିଅନ୍ତି । ଆଉ ଏହା ମଧ୍ୟ ଆମେ ଜାଣନ୍ତି ସବୁ ଜିନିଷ ଅଧିକ ଗ୍ରହଣ କରିବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ । ଆମେ ଠିକ୍ ସମୟରେ ପାଣି ପିଇଲେ ଏହା ଅମୃତ ପରି କାମ କରେ ।

ଆୟୁର୍ବେଦରେ ଠିକ ମାତ୍ରାରେ ପିଇବା ସହ ପାଣି ପିଇବାର ଢ଼ଙ୍ଗ ବିଷୟରେ ମଧ୍ୟ ଉପଦେଶ ଦିଆଯାଇଥାଏ । ପାଣି ପିଇବାର ଅନେକ ଲାଭ ଥାଏ । ପେଟ ଖାଲି ଥିବା ସମୟରେ ପାଣି ପିଇବା ଅଧିକ ଲାଭଦାୟକ । ତେବେ ଉଚିତ ମାତ୍ରାରେ ପାଣି ପିଇବା ଭଲ । ରାତିରେ ଅଧିକ ପରିମାଣର ପାଣି ପିଇବା ଠିକ୍ ନୁହେଁ । ଯଦି ଆପଣ ରାତିରେ ଅଧିକ ପରିମାଣର ପାଣି ପିଉଛନ୍ତି ତେବେ ଅନେକ ଅସୁବିଧା ଭୋଗିପାରନ୍ତି । ଏହା ଆପଣଙ୍କ ଅନେକ ଅଙ୍ଗ ଉପରେ ଖରାପ ପ୍ରଭାବ ପକାଇବ । ତେବେ ଆସନ୍ତୁ ଆଲୋଚନା କରିବା ଶୋଇବା ପୂର୍ବରୁ କାହିଁକି ଅଧିକ ପାଣି ପିଇବା ଉଚିତ୍ ନୁହେଁ ।

– ରାତିରେ ଅଧିକ ପାଣି ପିଇବା ଦ୍ୱାରା ବାରମ୍ବାର ପରିସ୍ରା ଯିବାପାଇଁ ପଡ଼ିବ । ଯାହାଦ୍ୱାରା ଭଲରେ ନିଦ ହେବ ନାହିଁ । ଆଉ ରାତରେ ଭଲରେ ନଶୋଇବା ଶରୀର ପାଇଁ କ୍ଷତିକାରକ । ଏଥିପାଇଁ ରାତିରେ ଶୋଇବାର ଘଂଟାଏ ପୂର୍ବରୁ ପାଣି ପିଅନ୍ତୁ ।

– ଶୋଇବା ପୂର୍ବରୁ ଅଧିକ ପାଣି ପିଇଲେ ଆପଣଙ୍କ କିଡ଼ନୀ ଉପରେ ଚାପ ପଡ଼ିବ । କାରଣ ଶୋଇବା ସମୟରେ ଶରୀର ବିଲକୁଲ ସକ୍ରିୟ ନଥାଏ । ଏଥିପାଇଁ ଶରୀରରେ ଏହି ସମୟରେ ପାଣିର ଆବଶ୍ୟକତା ନଥାଏ ।

– ଏହା ବ୍ୟତିତ ଅଧିକ ପାଣି ପିିଇଲେ ଲୁଣର ମାତ୍ରା କମ ହୋଇପାରେ । ଯାହା ଆପଣଙ୍କ ମସ୍ତିସ୍କକୁ ଖରାପ କରିପାରେ ।

– ଶରୀରରେ ସୋଡ଼ିୟମ ସ୍ତର କମ ହେଲେ ମସ୍ତିସ୍କର କୋଷିକାରେ ପ୍ରଭାବ ପଡ଼ିପାରେ ।

କହିବାକୁ ଗଲେ ପାଣି ଆମ ଜୀବନ ପାଇଁ ଅମୃତ ସଦୃଶ । ଏଥିପାଇଁ ଉଚିତ ଢ଼ଙ୍ଗରେ ପାଣି ପିଇବା ଜରୁରୀ । ଦିନ ସାରା ଅଳ୍ପ ଅଳ୍ପ ମାତ୍ରାରେ ପାଣି ପିଅନ୍ତୁ । ଶରୀରରେ କମ୍ ପାଣି କିମ୍ବା ଅଧିକ ପାଣି କ୍ଷତିକାରକ ସାବ୍ୟସ୍ତ ହୁଏ ।