ହ୍ୱାଟସଆପକୁ କଡ଼ା ଟକ୍କର ! ପେଟିଏମ ଲଂଚ କଲା ଇନବକ୍ସ ସର୍ଭିସ । ଅର୍ଥ କାରବାର ସହ ଚାଟ ବି କରିପାରିବେ ଗ୍ରାହକ

38

ମୋବାଇଲ ୱାଲେଟ କଂପାନୀ ପେଟିଏମ ନିଜର ମୋବାଇଲ ଆପରେ ଚାଟ ସର୍ଭିସର ସୁବିଧା ଆରମ୍ଭ କରିବାକୁ ଘୋଷଣା କରିଛି । ଯାହାଦ୍ୱାରା ଗ୍ରାହକମାନେ ଏବେ ମେସେଜ ଜରିଆରେ ବି ନିଜର ବନ୍ଧୁମାନଙ୍କ ସହିତ ଟଙ୍କା କାରବାର କରିପାରିବେ ଏବଂ କଂପାନୀ ଏହି ସେବାର ନାଁ ରଖିଛି ‘ଇନବକ୍ସ’ । ତେବେ ହ୍ୱାଟସଆପକୁ ଟକ୍କର ଦେବା ପାଇଁ କଂପାନୀ ଏହି ପଦକ୍ଷେପ ଉଠାଇଛି । ସେପଟେ ହ୍ୱାଟସଆପ ମଧ୍ୟ ଭାରତରେ ନିଜର ୟୁପିଆଇ ସର୍ଭିସକୁ ଖୁବ୍ ଶୀଘ୍ର ଲଂଚ କରିବାକୁ ଯାଉଛି ।

ସୂଚନା ମୁତାବକ, ପେଟିଏମ ବିଶ୍ୱର ସବୁଠାରୁ ବଡ ମେସେଜିଂ ସର୍ଭିସ ହ୍ୱାଟସଆପକୁ ଟକ୍କର ଦେବା ପାଇଁ ଏକ ଲାଇଫ ଲୋକେସନ ଫିଚର ଆରମ୍ଭ କରିଛି । ଏମିତିରେ ତ ଆପଣ ହ୍ୱାଟସାପରେ ପୂର୍ବରୁ ବି ନିଜର ବର୍ତ୍ତମାନର ଲୋକେସନ ପଠାଇପାରୁଥିଲେ । ହେଲେ ତାହା ଲାଇଫ ଅପଡେଟ ହେଉନଥିଲା । ଏବେ ଏହି ନୂଆ ଫିଚର ଜରିଆରେ ଆପଣ କାହାକୁ ବି ନିଜର ଲାଇଫ ଲୋକେସନ ପଠାଇ ପାରିବେ । ଯାହା ଲଗାତର ଭାବେ ଆପଣଙ୍କର ଲୋକେସନ ସଂପର୍କରେ ତାଙ୍କୁ ଅବଗତ କରାଉଥିବ ।  ଏପରି ନୁହେଁ କି ଥରେ ସେୟାର କରିବା ପରେ ସବୁବେଳେ ଆପଣଙ୍କର ଲୋକେସନ ସଂପର୍କରେ ତାହା ତାଙ୍କୁ ଅବଗତ କରାଉଥିବ । ଏହି ଫିଚରଟି କିଛି ସମୟ ପାଇଁ କାମ କରିବ । ଯାହାପରେ ଯଦି ଆପଣ ପୁଣି ଥରେ ଲାଇଫ ଲୋକେସନ ଜଣାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ପୁଣି ଥରେ ତାକୁ ସେୟାର କରିବାକୁ ପଡିବ । ହ୍ୱାଟସଆପ ମୁତାବକ, ଆପଣ କୌଣସି ବି ଚାଟ କିମ୍ବା ଗ୍ରୁପରେ ନିଜର ଲାଇଫ ଲୋକେସନ ପଠାଇପାରିବେ ।

ପେଟିଏମ ନିଜର ଏହି ସର୍ଭିସକୁ ବର୍ତ୍ତମାନ ଆଣ୍ଡ୍ରଏଡରେ ଲଂଚ କରିଛି । ଖୁବ୍ ଶୀଘ୍ର ହିଁ କଂପାନୀ ଏହାକୁ ଆଇଓଏସରେ ମଧ୍ୟ ଆରମ୍ଭ କରିଦେବ । ଏହି ସର୍ଭିସରେ ଚାଟ କରିବା ବ୍ୟତୀତ ଯାହାବି କ୍ୟାସବ୍ୟାକ ଅଫର ଚାଲୁଥିବ ସେ ସଂପର୍କରେ ନୋଟିଫିକେସନ ମଧ୍ୟ ଆପଣଙ୍କ ମୋବାଇଲକୁ ପଠାଇଦେବ । ଏହି ସର୍ଭିସ ଜରିଆରେ ୟୁଜର ଟଙ୍କା କାରବାର ସହିତ ପରପ୍ସର ମଧ୍ୟରେ କଥାବାର୍ତ୍ତା ବି କରିପାରିବେ । ଏହି ସର୍ଭିସର ବ୍ୟବହାର କରିବା ପାଇଁ ଆପଣଙ୍କୁ କେବଳ ଆପଣଙ୍କର ଫୋନରେ ପେଟିଏମର ଆପକୁ ଡାଉନଲୋଡ କରିବାକୁ ପଡିବ ।

ଏହାପରେ ତାକୁ ଇନଷ୍ଟଲ କରିବାକୁ ପଡିବ । ଏହାପରେ ଚାଟ ଆପରେ ଆପଣଙ୍କର ମୋବାଇଲ ଫୋନରେ ଯେତେବି ନମ୍ବର ପେଟିଏମ ସହ ଲିଙ୍କ ଥିବ ତାଙ୍କର ନାଁ ଚାଲି ଆସିବ । ଏହାପରେ ଆପଣ ସେମାନଙ୍କ ସହ କଥା ହେବା ସହ ଫଟୋ ଗ୍ୟାଲେରୀ, କ୍ୟାମେରା ସହାୟତାରେ ଫଟୋ କମ୍ବା ଭିଡିଓ ରେକର୍ଡିଂ ଆଦି ପଠାଇ ବି ପାରିବେ ।

ସୌଜନ୍ୟ: ଅମର ଉଜାଲା